ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପାଇଁ ଜାରିହେଲା ନୂଆ ହେଲ୍ପଲାଇନ ନମ୍ବର ୧୦୪

ସମୟ ଲାଇଭ,୧୫/୧୧:ରାଜ୍ୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ପାଇଁ ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କୁ ଆଉ ହେବାକୁ ପଡିବନି ନାକେଦମ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଜି ଜାରି ହୋଇଛି ନୂଆ ହେଲ୍ପ ଲାଇନ ନମ୍ବର ୧୦୪। ଏହାଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା ଉପଲବ୍ଧ ହେବ । ରାଜ୍ୟ ସରକାରଙ୍କ ସହାୟତାରେ ଚିକିତ୍ସା ହେଲଥକେୟାର ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି । ୧୦୪କୁ ଡାଏଲ କରି ରୋଗୀ ଏବଂ ରୋଗ ବିଷୟରେ ସଂପୂର୍ଣ୍ଣ ତଥ୍ୟ […]

Samaya Live Picture
Published On

ସମୟ ଲାଇଭ,୧୫/୧୧:ରାଜ୍ୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ପାଇଁ ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କୁ ଆଉ ହେବାକୁ ପଡିବନି ନାକେଦମ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଜି ଜାରି ହୋଇଛି ନୂଆ ହେଲ୍ପ ଲାଇନ ନମ୍ବର ୧୦୪। ଏହାଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା ଉପଲବ୍ଧ ହେବ । ରାଜ୍ୟ ସରକାରଙ୍କ ସହାୟତାରେ ଚିକିତ୍ସା ହେଲଥକେୟାର ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି । ୧୦୪କୁ ଡାଏଲ କରି ରୋଗୀ ଏବଂ ରୋଗ ବିଷୟରେ ସଂପୂର୍ଣ୍ଣ ତଥ୍ୟ ପାଇପାରିବେ ଲୋକେ । ପୂର୍ବରୁ ଚିକିତ୍ସା ୧୦୮ ପରିଚାଳନା କରୁଥିବା ବେଳେ, ଆଜିଠାରୁ ୧୦୪ କଲସେଣ୍ଟରର ଦାୟିତ୍ୱ ମଧ୍ୟ ଚିକିତ୍ସା ହେଲଥକେୟାର ନେଇଛି । ୧୦୪ ସହାୟତା ନମ୍ବର ଖୋଲିବା ପରେ ଶହ ଶହ କଲ ଆସିବା ଆରମ୍ଭ ହୋଇଛି । କିଛି ସାଧାରଣ ରୋଗୀ ଡାକ୍ତରଙ୍କ ପରାମର୍ଶ ମଧ୍ୟ ଫୋନ୍‌ ମାଧ୍ୟମରେ ନେଇଛନ୍ତି । ୧୦୪ କଲସେଣ୍ଟରରେ ୨୪ ଘଣ୍ଟିଆ ସେବା ହୋଇଛି ବୋଲି ଜଣାପଡିଛି।

Tags: