ପୁଣି ଅଲୋଡ଼ା ଶିଶୁ କନ୍ୟା: ରାସ୍ତାକଡ଼ରୁ ଉଦ୍ଧାର 

ଯାଜପୁର,୧୦/୧: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା ଆଉ ରାସ୍ତା କଡରୁ ଉଦ୍ଧାର ହୋଇଛି ନବଜାତକ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଶାଳପଡା ନିକଟରେ ଶୁକ୍ରବାର ସକାଳୁ ଦର୍ପଣ-କଳକଳା ପୂର୍ତ୍ତ ବିଭାଗ ରାସ୍ତାର ଶାଳପଡା ନିକଟରେ ଏକ ନବଜାତ ଶିଶୁ କନ୍ୟା ରାସ୍ତା କଡରେ ପଡି କାନ୍ଦୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଶିଶୁ କନ୍ୟାଟିକୁ ଗ୍ରାମବାସୀ ଉଦ୍ଧାର କରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ସୂଚନା ଦେଇଛନ୍ତି। ତେବେ ଉଦ୍ଧାର ହୋଇଥିବା ଶିଶୁକନ୍ୟାଟିର ଅବସ୍ଥା […]

Samaya Live Picture
Published On

ଯାଜପୁର,୧୦/୧: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା ଆଉ ରାସ୍ତା କଡରୁ ଉଦ୍ଧାର ହୋଇଛି ନବଜାତକ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଶାଳପଡା ନିକଟରେ ଶୁକ୍ରବାର ସକାଳୁ ଦର୍ପଣ-କଳକଳା ପୂର୍ତ୍ତ ବିଭାଗ ରାସ୍ତାର ଶାଳପଡା ନିକଟରେ ଏକ ନବଜାତ ଶିଶୁ କନ୍ୟା ରାସ୍ତା କଡରେ ପଡି କାନ୍ଦୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଶିଶୁ କନ୍ୟାଟିକୁ ଗ୍ରାମବାସୀ ଉଦ୍ଧାର କରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ସୂଚନା ଦେଇଛନ୍ତି। ତେବେ ଉଦ୍ଧାର ହୋଇଥିବା ଶିଶୁକନ୍ୟାଟିର ଅବସ୍ଥା ଭଲ ଥିବା ବେଳେ ୩ ରୁ ୪ଦିନ ହେବ ଜନ୍ମ ହୋଇଥିବା ଅନୁମାନ କରାଯାଉଛି।

Tags: