ଅଲୋଡ଼ା ହେଲା କି ଶିଶୁପୁତ୍ର?

ସମୟ ଲାଇଭ,27/4(ରାଜ ଗୁପ୍ତା ): ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା  ଏକ ନବଜାତ  ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ସାତମହଲା ବିଲ୍ଡିଂ ପାର୍ଶ୍ଵରେ ଥିବା ଜରାଳି ନଦୀର ପୋଲ ତଳେ ଆଜି ସକାଳୁ ଏକ ନବଜାତ ଶିଶୁପୁତ୍ର ପଡ଼ିଥିବାର ଦେଖିବାକୁ ମିଳିଥିଲା। ଏ ବିଷୟରେ ଖବର ପାଇ ଭୋର୍ ୫ଟାରେ ମେଡିକାଲରେ ନିୟୋଜିତ ଥିବା ସଫେଇ କର୍ମଚାରୀ ଆର୍ତ୍ତ […]

Samaya Live Picture
Published On

ସମୟ ଲାଇଭ,27/4(ରାଜ ଗୁପ୍ତା ): ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା  ଏକ ନବଜାତ  ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ସାତମହଲା ବିଲ୍ଡିଂ ପାର୍ଶ୍ଵରେ ଥିବା ଜରାଳି ନଦୀର ପୋଲ ତଳେ ଆଜି ସକାଳୁ ଏକ ନବଜାତ ଶିଶୁପୁତ୍ର ପଡ଼ିଥିବାର ଦେଖିବାକୁ ମିଳିଥିଲା।

ଏ ବିଷୟରେ ଖବର ପାଇ ଭୋର୍ ୫ଟାରେ ମେଡିକାଲରେ ନିୟୋଜିତ ଥିବା ସଫେଇ କର୍ମଚାରୀ ଆର୍ତ୍ତ ମୁଖୀ, ଅଭିଳାଷ ମୁଖୀ ଓ ଗୌତମ ଘଡ଼େଇ ଘଟଣାସ୍ଥଳରେ ପହଞ୍ଚି ଶିଶୁପୁତ୍ରଟିକୁ ଉଦ୍ଧାର କରିବା ସହ ତାର ଚିକିତ୍ସା ନିମନ୍ତେ ମେଡିକାଲକୁ ଆଣିଥିଲେ। ଶିଶୁଟିର ଡାହାଣ ପାର୍ଶ୍ଵ ଗାଲରେ ସାମାନ୍ୟ ଆଘାତ ହୋଇ ରକ୍ତ ବାହାରୁଥିବାର ଦେଖିବାକୁ ମିଳିଥିଲା।ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ ଶିଶୁଟି ଛଅ ମାସରେ ଜନ୍ମ ନେଇଛି। ଏହାଛଡ଼ା ବର୍ତ୍ତମାନ ଶିଶୁଟିର ଅବସ୍ଥା ଭଲ ନାହିଁ ବୋଲି ଡାକ୍ତର ସୂଚନା ଦେଇଛନ୍ତି |

Tags: