ନଭେମ୍ବର ୧୩ ତାରିଖରୁ ଆରମ୍ଭ ହେଉଛି ଚଳିତ ବର୍ଷର ଶୀତ ଅଧିବେଶନ

ସମୟଲାଇଭ,୧୧/୧୧: ଆସନ୍ତା ନଭେମ୍ବର୧୩ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ। ଡିସେମ୍ବର୧୯ତାରିଖ ଯାଏ ଚାଲିବ ଏହି ଅଧିବେଶନ ଅଧିବେଶନ ଆରମ୍ଭରୁ ବିରୋଧି ସରକାରଙ୍କୁ ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ଘେରିବା ପାଇଁ ଲକ୍ଷ ରଖିଥିବା ବେଳେ ଅଧିବେଶନ କିଭଳି ସୁରୁଖୁରୁରେ ଚାଲିବ ସେଥିନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିରୋଧିଙ୍କ ସହୟତା ଲୋଡିଛନ୍ତି। ବିଶେଷ କରି ଯାଜପୁର ବହୁଚର୍ଚ୍ଚିତ ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ନେଇ ବିରୋଧି ହଟ୍ଟଗୋଳ କରିବା ଜଣାପଡିଛିି। ବିରୋଧୀ ଆଣିବାକୁ ଥିବା […]

Samaya Live Picture
Published On

ସମୟଲାଇଭ,୧୧/୧୧: ଆସନ୍ତା ନଭେମ୍ବର୧୩ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ। ଡିସେମ୍ବର୧୯ତାରିଖ ଯାଏ ଚାଲିବ ଏହି ଅଧିବେଶନ ଅଧିବେଶନ ଆରମ୍ଭରୁ ବିରୋଧି ସରକାରଙ୍କୁ ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ଘେରିବା ପାଇଁ ଲକ୍ଷ ରଖିଥିବା ବେଳେ ଅଧିବେଶନ କିଭଳି ସୁରୁଖୁରୁରେ ଚାଲିବ ସେଥିନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିରୋଧିଙ୍କ ସହୟତା ଲୋଡିଛନ୍ତି। ବିଶେଷ କରି ଯାଜପୁର ବହୁଚର୍ଚ୍ଚିତ ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ନେଇ ବିରୋଧି ହଟ୍ଟଗୋଳ କରିବା ଜଣାପଡିଛିି। ବିରୋଧୀ ଆଣିବାକୁ ଥିବା ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ମଧ୍ୟ ସେ କହିଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏହି ଅଧିବେଶନ ରେ ୩୦ଟି କାର୍ୟ୍ୟ ଦିବସ ରହିଛି। ୨୧ଟି ସରକାରୀ କାର୍ୟ୍ୟ ଦିବସ ଓ ୫ଟି ବେସରକାରୀ କାର୍ୟ୍ୟ ଦିବସ ରହିଛି । ବିଧାନସଭାର ପ୍ରଥମ ଦିନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ ହେବ ।

Tags: