ନିଆଁ ଲାଗି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ନଷ୍ଟ
ସମୟ ଲାଇଭ,30/4(ଦୟାରାମ ପନକା): ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଏକୋରି ପଞ୍ଚାୟତ ନୂନପାଣି ବିଦ୍ୟାଳୟ ଠାରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ବିଦ୍ୟୁତ ସରସର୍କିଟ ଯୋଗୁଁ ନିଆଁ ଲାଗି ସେଠାରେ ଥିବା ସବୁ ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ନୂନପାଣି ଗ୍ରାମର ସରକାରୀ ବିଦ୍ୟାଳୟରେ କରୋନା ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରର ଏକ କୋଠରୀରେ ୭ ଟି ଖଟ , ଇନଭଟର , ବିଶୁଦ୍ଧ ପାନୀୟ ଜଳର ପାଣି […]
ସମୟ ଲାଇଭ,30/4(ଦୟାରାମ ପନକା): ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଏକୋରି ପଞ୍ଚାୟତ ନୂନପାଣି ବିଦ୍ୟାଳୟ ଠାରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ବିଦ୍ୟୁତ ସରସର୍କିଟ ଯୋଗୁଁ ନିଆଁ ଲାଗି ସେଠାରେ ଥିବା ସବୁ ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ନୂନପାଣି ଗ୍ରାମର ସରକାରୀ ବିଦ୍ୟାଳୟରେ କରୋନା ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରର ଏକ କୋଠରୀରେ ୭ ଟି ଖଟ , ଇନଭଟର , ବିଶୁଦ୍ଧ ପାନୀୟ ଜଳର ପାଣି ଫିଲଟର ସହ ଅନେକ ସାମଗ୍ରୀ ନିଆଁ ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡିଛି ।
ନିଆଁ ଲାଗିଥିବା ଖବର ପାଇ ସରପଞ୍ଚ ଓ କିଛି ଗ୍ରାମବାସୀ ନିଆଁକୁ ଲିଭାଇବାସହ କୋଷାଗୁମୁଡା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ , ଅଗ୍ନିଶମ ବିଭାଗ ସଙ୍ଗେ ସଙ୍ଗେ ଘଟଣା ସ୍ଥାନରେ ପହଞ୍ଚି ନିଆଁକୁ ଆୟତ କରିବାରୁ ଅନ୍ୟ ଗୃହକୁ ନିଆଁ ବ୍ୟାପି ନଥିବା ଜଣାପଡିଛି । କିନ୍ତୁ ଉକ୍ତ ଗୃହରେ ଥିବା ସବୁ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି । ଘଟଣା ସ୍ଥାନରେ ବ୍ଲକ ପ୍ରଶାସନ ର ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ଅନୁସନ୍ଧାନ କରିଛନ୍ତି ।
Tags:




