ଆଗେ ରିପୋର୍ଟ ତାପରେ କାର୍ଯ୍ୟାନୁଷ୍ଠାନ: ସ୍ୱାସ୍ଥ୍ୟ ମନ୍ତ୍ରୀ
ସମୟ ଲାଇଭ,୨୩/୧୦: ବହୁ ଚର୍ଚ୍ଚିତ ବୁର୍ଲା ମେଡିକାଲରେ ଡ଼ାକ୍ତରଙ୍କ ମାଡ ମାରିବା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ସେ କହିଛନ୍ତି ପ୍ରଥମେ ଘଟଣାର ତଦନ୍ତ ହେବ ଆଉ ତା ପରେ କାର୍ଯ୍ୟାନୁଷ୍ଠନ ନିଆଯିବ। ଆମେ ଏଠାରେ କହିରଖୁଛୁ କିଛି ଦିନ ତଳେ ବୁର୍ଲା ମେଡିକାଲରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ ମାରିଥିଲେ ଡାକ୍ତର ଆଉ ସର୍ବସମ୍ମୁଖରେ ଉଠବସ ବି କରାଇଥିଲେ। ଏପରିକି ପୋଲିସ ଉପସ୍ତିତିରେ ସବୁ ଘଟିଥିଲେ ମଧ୍ୟ ଦେଖଣାହାରୀ ହୋଇ ରହିଯାଇଥିଲା ପୋଲିସ। […]
ସମୟ ଲାଇଭ,୨୩/୧୦: ବହୁ ଚର୍ଚ୍ଚିତ ବୁର୍ଲା ମେଡିକାଲରେ ଡ଼ାକ୍ତରଙ୍କ ମାଡ ମାରିବା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ସେ କହିଛନ୍ତି ପ୍ରଥମେ ଘଟଣାର ତଦନ୍ତ ହେବ ଆଉ ତା ପରେ କାର୍ଯ୍ୟାନୁଷ୍ଠନ ନିଆଯିବ। ଆମେ ଏଠାରେ କହିରଖୁଛୁ କିଛି ଦିନ ତଳେ ବୁର୍ଲା ମେଡିକାଲରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ ମାରିଥିଲେ ଡାକ୍ତର ଆଉ ସର୍ବସମ୍ମୁଖରେ ଉଠବସ ବି କରାଇଥିଲେ। ଏପରିକି ପୋଲିସ ଉପସ୍ତିତିରେ ସବୁ ଘଟିଥିଲେ ମଧ୍ୟ ଦେଖଣାହାରୀ ହୋଇ ରହିଯାଇଥିଲା ପୋଲିସ। ଆଇନକୁ ହାତକୁ ନେଇ ସଂପୃକ୍ତ ବ୍ୟକ୍ତିଙ୍କ ଉପରକୁ ହାତ ଉଠେଇଥିଲେ ଡାକ୍ତର। ଆଉ ତା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଆଉ ଆଜି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏପରି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

Tags:




