ମୋ ଦଳ ପ୍ରଥମ କିମ୍ବା ଶେଷରେ ରହିବ : ପ୍ରଶାନ୍ତ କିଶୋର

ପାଟନା:  ଜନ ସୁରାଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋର ବିହାର ରାଜନୀତିକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଦାବି କରିଛନ୍ତି। ସେ କହିଛନ୍ତି, ଜନତା ଦଳ ୟୁନାଇଟେଡ୍‌ ଆଗାମୀ ବିଧାନସଭା ନିର୍ବାଚନରେ ୨୫ରୁ କମ୍‌ ଆସନରେ ଜିତିବ। ବିଜେପି ମଧ୍ୟ କ୍ଷତି ସହିବ ଏବଂ ବିରୋଧୀ ମେଣ୍ଟ ତୃତୀୟ ସ୍ଥାନରେ ରହିବ।  ପ୍ରଶାନ୍ତ କିଶୋର (ପିକେ) କହିଛନ୍ତି, ତାଙ୍କ ଦଳ ୨୪୩ ଆସନରେ ନିର୍ବାଚନ ଲଢ଼ିବ ଏବଂ କାହା ସହ ମେଣ୍ଟ କରିବ ନାହିଁ।  ପିକେ କହିଛନ୍ତି, ତାଙ୍କ […]

ମୋ ଦଳ ପ୍ରଥମ କିମ୍ବା ଶେଷରେ ରହିବ : ପ୍ରଶାନ୍ତ କିଶୋର
Samaya Live Picture
Published On

ପାଟନା:  ଜନ ସୁରାଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋର ବିହାର ରାଜନୀତିକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଦାବି କରିଛନ୍ତି। ସେ କହିଛନ୍ତି, ଜନତା ଦଳ ୟୁନାଇଟେଡ୍‌ ଆଗାମୀ ବିଧାନସଭା ନିର୍ବାଚନରେ ୨୫ରୁ କମ୍‌ ଆସନରେ ଜିତିବ। ବିଜେପି ମଧ୍ୟ କ୍ଷତି ସହିବ ଏବଂ ବିରୋଧୀ ମେଣ୍ଟ ତୃତୀୟ ସ୍ଥାନରେ ରହିବ।  ପ୍ରଶାନ୍ତ କିଶୋର (ପିକେ) କହିଛନ୍ତି, ତାଙ୍କ ଦଳ ୨୪୩ ଆସନରେ ନିର୍ବାଚନ ଲଢ଼ିବ ଏବଂ କାହା ସହ ମେଣ୍ଟ କରିବ ନାହିଁ।  ପିକେ କହିଛନ୍ତି, ତାଙ୍କ ଦଳ ପ୍ରଥମ ହେବ ନହେଲେ ଶେଷରେ ରହିବ। କିନ୍ତୁ ନିର୍ବାଚନରେ ମଧ୍ୟବର୍ତ୍ତୀ ସ୍ଥିତିରେ ରହିବନି। କିଶୋର କହିଛନ୍ତି, ସେ ଅତ୍ୟନ୍ତ କଠୋର ପରିଶ୍ରମ କରୁଛନ୍ତି। ଏହାର ଫଳ ନିଶ୍ଚିତ ମିଳିବ।  କିଶୋର ସିଧାସଳଖ ଜେଡିୟୁ ନେତା ତଥା ବିହାର ମନ୍ତ୍ରୀ ଅଶୋକ ଚୌଧୁରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମୁଁ ତାଙ୍କ ବିରୋଧରେ ୨୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ କରିଛି। ଅଶୋକ ଚୌଧୁରୀ ଜମି କିଣିଛନ୍ତି କି ନାହିଁ କହିବା ଉଚିତ ଏବଂ ଯଦି ସେ ଏହା କରିଛନ୍ତି ତେବେ ସେ ଏହା ତାଙ୍କ ପିଏଙ୍କ ନାଁରେ କାହିଁକି କିଣିଛନ୍ତି। ଜେଡିୟୁ ନେତା କ’ଣ ଆଇନରୁ ଊର୍ଦ୍ଧ୍ବରେ ବୋଲି ସେ ପ୍ରଶ୍ନ କରିଛନ୍ତି। ଜନ ସୁରାଜ ପାର୍ଟି ମୁଖ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଟାକ୍ଷ କରି କହିଛନ୍ତି, ବରିଷ୍ଠ ନେତା ନିଜେ କହିଥିଲେ ଯେ ଯଦି ତାଙ୍କ ଦଳର କୌଣସି ନେତାଙ୍କ ବିରୋଧରେ ଅଭିଯୋଗ ହୋଇଛି ତେବେ ସେ ଏହାର ଉତ୍ତର ଦେବା ଉଚିତ ଏବଂ ଇସ୍ତଫା ଦେବା ଉଚିତ। କିଶୋର କହିଛନ୍ତି, ନୀତୀଶ କୁମାର ଆଉ ରାଜ୍ୟ ପ୍ରଶାସନକୁ ନିୟନ୍ତ୍ରଣ କରିପାରୁନାହାନ୍ତି। ନୀତୀଶ କୁମାର ଖରାପ୍‌ ଲୋକ ନୁହନ୍ତି। କିନ୍ତୁ ତାଙ୍କ ଚାରିପାଖରେ ଥିବା ନେତା ଏବଂ ଅଫିସରମାନେ ଲୁଟ୍‌ କରୁଛନ୍ତି ବୋଲି

Tags: