ମୋକ୍କିମ ହେବେ ରାଜ୍ୟ କଂଗ୍ରେସ ମୁଖିଆ !

ସମୟ ଲାଇଭ,୩୦/୧୦:  କିଛି ଦିନର ବ୍ୟବଧାନ ପରେ ପୁଣିଥରେ ଏବେ ରାଜ୍ୟ କଂଗ୍ରେସରେ ଗୋଷ୍ଠି କନ୍ଦଳ ମୁଣ୍ଡ ଟେକିଛି। ପିସିସି ସଭାପତି ନିରଞ୍ଚନ ପଟ୍ଟନାୟକଙ୍କ ମଙ୍ଗୁଆଳକୁ ନେଇ ପୁଣି ଥରେ ଉଠିଛି ପ୍ରଶ୍ନ। ନିରଞ୍ଚନଙ୍କ ନେତୃତ୍ୱରେ କିଛି ବର୍ଷ ଧରି କଂଗ୍ରେସ ସବୁ ନିର୍ବାଚନ ହାରିବା ଓ ଗତ କିଛି ଦିନ ତଳେ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କୁ ଦଳରୁ ନିଲମ୍ବନ କରିବା ଆଦି ବିବାଦକୁ ନେଇ ଏବେ ଉଠିଛି ପ୍ରଶ୍ନ। ଦଳର କିଛି ନେତା […]

Samaya Live Picture
Published On

ସମୟ ଲାଇଭ,୩୦/୧୦:  କିଛି ଦିନର ବ୍ୟବଧାନ ପରେ ପୁଣିଥରେ ଏବେ ରାଜ୍ୟ କଂଗ୍ରେସରେ ଗୋଷ୍ଠି କନ୍ଦଳ ମୁଣ୍ଡ ଟେକିଛି। ପିସିସି ସଭାପତି ନିରଞ୍ଚନ ପଟ୍ଟନାୟକଙ୍କ ମଙ୍ଗୁଆଳକୁ ନେଇ ପୁଣି ଥରେ ଉଠିଛି ପ୍ରଶ୍ନ। ନିରଞ୍ଚନଙ୍କ ନେତୃତ୍ୱରେ କିଛି ବର୍ଷ ଧରି କଂଗ୍ରେସ ସବୁ ନିର୍ବାଚନ ହାରିବା ଓ ଗତ କିଛି ଦିନ ତଳେ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କୁ ଦଳରୁ ନିଲମ୍ବନ କରିବା ଆଦି ବିବାଦକୁ ନେଇ ଏବେ ଉଠିଛି ପ୍ରଶ୍ନ। ଦଳର କିଛି ନେତା ନିରଞ୍ଚନଙ୍କ ନେତୃତ୍ୱକୁ ସ୍ୱିକାର କରୁନଥିବା ବେଳେ କଟକ ବାରବାଟି ବିଧାୟକ ମହମ୍ମଦ ମୋକ୍କିମ ପିସିସି ମୁଖିଆ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏ ନେଇ ଏକ ପ୍ରତିନିଧି ମଣ୍ଡଳ ଖୁବଶୀଘ୍ର ଦଳର ହାଇକମାଣ୍ଡଙ୍କ ପାଖରେ ଫେରାଦ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଅନ୍ୟପଟେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ନେତୃତ୍ୱରେ ଦଳର ଅନେକ ଛାମୁଆ ନେତା ପାନ୍ଥ ନିବାସରେ ଏକାଠି ହୋଇଛନ୍ତି। ବିଭିନ୍ନ ଘଟଣା ବଳିକୁ ନେଇ ନିରଞ୍ଚନଙ୍କୁ ରାଜ୍ୟ ମୁ୍‍ଖିଆ ପଦରୁ ଗାଦିଚ୍ୟୁତ କରିବା ପାଇଁ ଆଲେଚନା ହୋଇଛି ବୋଲି ସୂଚନା ମିଳିଛି।

Tags: