‘ମୋ ବସ’କୁ ପୁରିଲା ବର୍ଷେ

ସମୟ ଲାଇଭ,୬/୧୧: ସ୍ମାର୍ଟସିଟି ରାଜଧାନୀ ଭୁବନେଶ୍ୱରରେ ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଲାଗି ରାଜ୍ୟ ସରକାରଙ୍କ ତରଫରୁ ଠିକ୍‍ ଆଜିର ଦିନରେ ‘ମୋ ବସ’ ସେବା ଆରମ୍ଭ କରାଯାଇଥିଲା। ଆଉ ଏଇ ବର୍ଷକ ଭିତରେ ଯାତ୍ରୀଙ୍କ ମନ ଜୀଣିପାରିଛି ‘ମୋ ବସ’। ଆଜିକୁ ‘ମା ବସ’ ଯୋଜୋନାକୁ ଠିକ ଏକ ବର୍ଷ ପୂରିଥିଲାବେଳେ ଏହା ସମସ୍ତଙ୍କ ମଧ୍ୟରେ ଆଦୃତ ହୋଇପାରିଛି। ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଯୁବବର୍ଗ ମଳିଳା ଓ ସିନିୟର ସିଟିଜେନ ପର୍ଯ୍ୟନ୍ତ […]

Samaya Live Picture
Published On

ସମୟ ଲାଇଭ,୬/୧୧: ସ୍ମାର୍ଟସିଟି ରାଜଧାନୀ ଭୁବନେଶ୍ୱରରେ ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଲାଗି ରାଜ୍ୟ ସରକାରଙ୍କ ତରଫରୁ ଠିକ୍‍ ଆଜିର ଦିନରେ ‘ମୋ ବସ’ ସେବା ଆରମ୍ଭ କରାଯାଇଥିଲା। ଆଉ ଏଇ ବର୍ଷକ ଭିତରେ ଯାତ୍ରୀଙ୍କ ମନ ଜୀଣିପାରିଛି ‘ମୋ ବସ’। ଆଜିକୁ ‘ମା ବସ’ ଯୋଜୋନାକୁ ଠିକ ଏକ ବର୍ଷ ପୂରିଥିଲାବେଳେ ଏହା ସମସ୍ତଙ୍କ ମଧ୍ୟରେ ଆଦୃତ ହୋଇପାରିଛି। ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଯୁବବର୍ଗ ମଳିଳା ଓ ସିନିୟର ସିଟିଜେନ ପର୍ଯ୍ୟନ୍ତ ସମସ୍ତେ ‘ମୋ ବସ’ ସେବାକୁ ଉପଭୋଗ କରିଛନ୍ତି। ଗତବର୍ଷ ପୁରୁଷ ହକି ବିଶ୍ୱକପ୍ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା ଏହି ମୋ ବସ୍ ଯେଜନା । ଆଉ ଦେଶ ବିଦେଶର ପର୍ୟ୍ୟଟକମାନେ ଏହି ସମୟରେ ଓଡ଼ିଶାକୁ ଆସି ‘ମୋ ବସ୍’ରେ ଯୋଗାଯାଉଥିବା ସେବାକୁ ନେଇ ସନ୍ତୁଷ୍ଟି ପ୍ରକାଶ କରିଥିଲେ । ବିଶେଷ କରି ‘ମୋ ବସ୍’ରେ ଓ୍ଵାଇଫାଇ ସେବା ସହିତ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଥିବାରୁ ବସ୍ ଭିତରେ କୌଣସି ଅପରାଧିକ କାର୍ୟ୍ୟାକଳାପକୁ ଏଡ଼ାଇ ହେଉଛି । ବର୍ତ୍ତମାନ ସୁଧା ଟ୍ୱିନ୍-ସିଟିରେ ୨୦୦ରୁ ଉଦ୍ଧ୍ୱର୍ ‘ମୋ ବସ୍’ ଗଢୁଛି ଆଉ ଏହା ଯାତ୍ରୀଙ୍କ କ୍ଷେତ୍ରରେ ଅନେକ ସହାୟକ ହେଉଛି ।

 

Tags: