ମୟୁରଭଞ୍ଜରେ ଲକ ଡାଉନର ପ୍ରଭାବ ଏପରି ରହିଛି

  ସମୟ ଲାଇଭ, 27/3: କୋରୋନା ମୁକାବିଲା ପାଇଁ ସାରା ଦେଶକୁ ୨୧ଦିନ ପାଇଁ ଲକ ଡାଉନ ଘୋଷଣା ପରେ ମୟୂରଭଞ୍ଜ ଜିଲ୍ଲାର ଚାରି ଉପଖଣ୍ଡରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଜିଲ୍ଲାର ଚାରି ଉପଖଣ୍ଡ ବାରିପଦା ସମେତ ଉଦଳା, କରଞ୍ଜିଆ ଓ ରାଇରଙ୍ଗପୁର ସହରରେ ବୁଲି ବୁଲି ଲୋକଙ୍କୁ ସଚେତନ କରିବା ସହ ଅତ୍ୟନ୍ତ ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ନୁରୋଧ କରିଛନ୍ତି […]

Samaya Live Picture
Published On

 

ସମୟ ଲାଇଭ, 27/3: କୋରୋନା ମୁକାବିଲା ପାଇଁ ସାରା ଦେଶକୁ ୨୧ଦିନ ପାଇଁ ଲକ ଡାଉନ ଘୋଷଣା ପରେ ମୟୂରଭଞ୍ଜ ଜିଲ୍ଲାର ଚାରି ଉପଖଣ୍ଡରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଜିଲ୍ଲାର ଚାରି ଉପଖଣ୍ଡ ବାରିପଦା ସମେତ ଉଦଳା, କରଞ୍ଜିଆ ଓ ରାଇରଙ୍ଗପୁର ସହରରେ ବୁଲି ବୁଲି ଲୋକଙ୍କୁ ସଚେତନ କରିବା ସହ ଅତ୍ୟନ୍ତ ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ନୁରୋଧ କରିଛନ୍ତି Iସେପଟେ ସହରରେ ଲକଡାଉନ ହୋଇଥିବା ବେଳେ ସତର୍କ ହେଉନାହାଁନ୍ତି ଜନତା । ସେଥିପାଇଁ କଠୋର ହୋଇଛି ପ୍ରଶାସନ । ଦିତୀୟ ଦିନରେ ଲଗ ଡାଉନ କଟକଣା କୁ ନମାନି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାଡି ଚଲାଉ ଥିବା ଚାଳକଙ୍କୁ କାନ ଧରି ଉଠ ବସ କରିଛି ପୋଲିସ I ଉଲଂଘନ କାରୀଙ୍କ ଠାରୁ ୧୫ ହଜାର ଟଙ୍କା ଫାଇନ ଆଦେଇ କରିବା ସହିତ ୩୨ ଟି ବାଇକ ଜବତ କରିଛି I ସେପଟେ ଆଇନ ଉଲଂଘନ କାରୀ ମାନକ ବିରୋଧରେ ୨୪ ମାମଲା ଋଜୁ କରିବାସହିତ ୪୯ ଜଣକୁ ଗିରଫ କରିଛି ପୋଲିସ I ଅପରପଟେ ଜିଲ୍ଲରେ ବିଭିନ୍ନ ସ୍ଥାନରେ ପୋଲିସ ଯାଞ୍ଚ କରି ଲୋକଙ୍କୁ ସତର୍କ କରାଇବା ସହ ଜନସାଧାରଣମାନଙ୍କୁ ବାହାରକୁ ନବାହାରିବା ପାଇଁ ଅନୁରୋଧ କରାଯାଉଛି Iଅନ୍ୟପଟେ ଜନସାଧାରଣ ସତର୍କ ରହି ଲକ ଡାଉନ ମାନିଲେ କୋରନା କୂ ମୁକାବିଲା କରିପାରିବା ବୋଲି ବାରିପଦା ଟାଉନ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି କହିଛନ୍ତି |

 

Tags: