ଗୋଟିଏ ବିବାହ ଭୋଜି ,ଅନ୍ୟପଟେ ଶୁଦ୍ଧିକ୍ରିୟା

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି I ଝିଅ ଖୁସିରେ ସାମିଲ ହୋଇ ନାହାନ୍ତି ବାପା ମା’ I ଗୋଟିଏ ପଟେ ଝିଅ ନିଜ ମନ ପସନ୍ଦର ଜୀବନ ସାଥୀକୁ ପାଇ ଖୁସିରେ ବେଦିରେ ବସି ହୋମ ନିଆଁ କୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହେଉଥିବା ବେଳେ,ଅନ୍ୟପଟେ ଝିଅର ବାପଘର ଲୋକେ ମନାଉଛନ୍ତି ନିଜ ଜନ୍ମ କଲା ଝିଅର ଶୁଦ୍ଧିକ୍ରିୟା I ଗୋଟିଏ ପଟେ ପୁଅ ଘର ତରଫରୁ […]

Samaya Live Picture
Published On

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି I ଝିଅ ଖୁସିରେ ସାମିଲ ହୋଇ ନାହାନ୍ତି ବାପା ମା’ I ଗୋଟିଏ ପଟେ ଝିଅ ନିଜ ମନ ପସନ୍ଦର ଜୀବନ ସାଥୀକୁ ପାଇ ଖୁସିରେ ବେଦିରେ ବସି ହୋମ ନିଆଁ କୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହେଉଥିବା ବେଳେ,ଅନ୍ୟପଟେ ଝିଅର ବାପଘର ଲୋକେ ମନାଉଛନ୍ତି ନିଜ ଜନ୍ମ କଲା ଝିଅର ଶୁଦ୍ଧିକ୍ରିୟା I ଗୋଟିଏ ପଟେ ପୁଅ ଘର ତରଫରୁ ବିବାହ ଭୋଜି ଦିଆ ଯାଉଥିବା ବେଳେ ଅନ୍ୟ ପଟେ ଦିଆ ଯାଉଛି ଝିଅର ଏକାଦଶାହ ଭୋଜି I ଏ ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆ ବଜାର ଅଞ୍ଚଳରେ I

ଘଟନାନୁସାରେ,ଆଳି ନୂଆ ବଜାର ଅଞ୍ଚଳର ଶ୍ରୀବାସ୍ତବ ମଲ୍ଲିକଙ୍କ ସହ ଗୋୖଡ଼ପାଟଣା ମୋୖଜାର ଦୀପାଞ୍ଜଳିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ହେଲେ ଏହାକୁ ବିରୋଧ କରୁଥିଲେ ଯୁବତୀଙ୍କ ପରିବାର । ପରିବାରର ବିରୋଧ ସତ୍ତ୍ବେ ଉଭୟ ଗତକାଲି ମନ୍ଦିରରେ ବିବାହ କରିଥିଲେ । ବିବାହ ଉତ୍ସବରେ ଯୁବକଙ୍କ ପରିବାର ସାମିଲ ହୋଇ ଧୂମଧାମରେ ବାଜା ବଜାଇବା ସହ ବାଣ ଫୁଟାଇଥିଲେ । କିନ୍ତୁ ବାହାଘରକୁ ବିରୋଧ କରିଛନ୍ତି ଝିଅର ପରିବାର । ଏପରିକି ଝିଅ ଦୀପାଞ୍ଜଳିକୁ ଶୁଦ୍ଧି ହୋଇଛନ୍ତି । ବଜାର ଉପରେ ଝିଅର ଫଟୋ ଲଗାଥ ଫୁଲମାଳ ପକାଇବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପରିବାର ଲୋକଙ୍କ ବିରୋଧ ସତ୍ତ୍ୱେ ଯୁବତୀ ଜଣକ ପ୍ରେମ ବିବାହ କରିବା ପରେ ତାଙ୍କ ପରିବାର ଲୋକ ଏପରି ଚରମ ପଦକ୍ଷେପ ନେଇଛନ୍ତି। ଗୋଟିଏ ପଟେ ପୁଅ ଘରେ ଭୋଜି ଭାତ ଚାଲିଥିବାବେଳେ ୨୦୦ ମିଟର ଦୂର ଝିଅ ଘରେ ଶୁଦ୍ଧିକ୍ରିୟା କାର୍ଯ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

Tags: