ନୂଆମୁହଁ ସୋଫିଆଙ୍କ ସମେତ କଟକରେ ବହୁ ହେଭିୱେଟଙ୍କ ପ୍ରାର୍ଥୀ ପତ୍ର ଦାଖଲ
କଟକ : ବରିଷ୍ଠ କଂଗ୍ରେସ ନେତା ମୋକିମଙ୍କ ଝିଅ ସୋଫିଆ ଫିରଦୋସ ଆଜି ବାରବାଟୀ-କଟକ ଆସନରୁ ନାମାଙ୍କନ ଭରିଛନ୍ତି । ବିନା ପାଟ ପଟୁଆରରେ କଟକ ଉପ ଜିଲ୍ଲାପାଳଙ୍କ ଅଫିସରେ ପହଁଚି ନାମାଙ୍କନ ଭରିଛନ୍ତି ସୋଫିଆ I ସୋଫିଆଙ୍କ ସହିତ ଟଙ୍କା ବାପା ମହମ୍ମଦ ମୋକିମ ମଧ୍ୟ ଉପସ୍ଥିତ ଥିଲେ I ତେବେ ମୋକିମଙ୍କ ଅଦାଲତି ମାମଲା ଚାଲିଥିବାରୁ ଟଙ୍କା ସ୍ଥାନରେ ଝିଅ ସୋଫିଆ ଫିରଦୋସଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଏହି ଅବସରେ ସୋଫିଆ କହିଛନ୍ତି […]
କଟକ : ବରିଷ୍ଠ କଂଗ୍ରେସ ନେତା ମୋକିମଙ୍କ ଝିଅ ସୋଫିଆ ଫିରଦୋସ ଆଜି ବାରବାଟୀ-କଟକ ଆସନରୁ ନାମାଙ୍କନ ଭରିଛନ୍ତି । ବିନା ପାଟ ପଟୁଆରରେ କଟକ ଉପ ଜିଲ୍ଲାପାଳଙ୍କ ଅଫିସରେ ପହଁଚି ନାମାଙ୍କନ ଭରିଛନ୍ତି ସୋଫିଆ I ସୋଫିଆଙ୍କ ସହିତ ଟଙ୍କା ବାପା ମହମ୍ମଦ ମୋକିମ ମଧ୍ୟ ଉପସ୍ଥିତ ଥିଲେ I ତେବେ ମୋକିମଙ୍କ ଅଦାଲତି ମାମଲା ଚାଲିଥିବାରୁ ଟଙ୍କା ସ୍ଥାନରେ ଝିଅ ସୋଫିଆ ଫିରଦୋସଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଏହି ଅବସରେ ସୋଫିଆ କହିଛନ୍ତି ମୁଁ ଖୁବ୍ ଭାଗ୍ୟବାନ, ଆଗରୁ ମୁଁ ମୋ ବାପାଙ୍କ ପାଇଁ ପ୍ରଚାର କରୁଥିଲି । ଏବେ ବାପା ମୋ ପାଇଁ ପ୍ରଚାର କରିବେ ।
ଅନ୍ୟପଟେ ସୋଫିଆଙ୍କ ବ୍ୟତୀତ ଆଜି କଟକରେ ଏକାଧିକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ବିଜେଡି ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର, ଚୌଦ୍ୱାର-କଟକ ଆସନର ବିଜେଡି ପ୍ରାର୍ଥୀ ଶୌଭିକ ବିଶ୍ୱାଳ, ବିଜେପି ପ୍ରାର୍ଥୀ ନୟନ ମହାନ୍ତି, କଟକ-ସଦର ବିଜେପି ପ୍ରାର୍ଥୀ ପ୍ରକାଶ ସେଠୀ, କଟକ-ସଦର ବିଜେଡି ପାର୍ଥୀ ଚନ୍ଦ୍ରସାରଥୀ ବେହେରାଙ୍କ ସହ କିଛି ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଆଜି ନାମାଙ୍କନ ଦାଖଲ କରିଛନ୍ତି । ତେବେ ବାରବାଟୀ-କଟକରୁ ଟିକେଟ ଆଶାୟୀ ଥିବା ବିଜେପି ମହିଳା ମୋର୍ଚ୍ଚା ପୂର୍ବତନ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡିଛି।
ସେହିପରି ଆଜି ଭୁବନେଶ୍ୱର ଏକାମ୍ର ଆସନର ବିଜେପି ବିଧାନସଭା ପ୍ରାର୍ଥୀ ବାବୁ ସିଂ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ନିଜ ସମର୍ଥକ ମାନଙ୍କ ସହିତ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ଅଫିସ ପହଁଚି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି I ଅନ୍ୟପଟେ ଭୁବନେଶ୍ୱର ଉତ୍ତର ଆସନ ଲାଗି ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ନାମାଙ୍କନ ଭରିଛନ୍ତି ।
ସେହିପରି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଭାବେ ବିଜୁ ଜନତା ଦଳ ପକ୍ଷରୁ ନାମାଙ୍କନ ଭରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ବିଶାଳ ପଟୁଆରରେ ନାମାଙ୍କନ ପତ୍ର ଦାଖଲ ପାଇଁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ଅଶୋକ । ସେପଟେ ଝାରସୁଗୁଡାର ବିଜେଡି ବିଧାନସଭା ପ୍ରାର୍ଥୀ ଦୀପାଳୀ ଦାସ ମଧ୍ୟ ଆଜି ନାମାଙ୍କନ ଦାଖଲ କରିଥିବା ଜଣାପଡିଛି ।




