ଗଣ ମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ବଢ଼ାଇଲେ ସହାୟତାର ହାତ

ସମୟ ଲାଇଭ,୧/୫(ପ୍ରତାପରୁଦ୍ର ମହାରଣା ): ଦେଶ ତଥା ରାଜ୍ୟରେ ଲକ-ଡାଉନ ଜାରିରହିଛି। ଲକ-ଡାଉନ ଯୋଗୁଁ ବହୁ ଗରିବ ଶ୍ରେଣୀର ଲୋକମାନେ କାମ ଧନ୍ଦା ନପାଇ ଓଳିଏ ଖାଇଲେ ଓଳିଏ ଉପବାସ ରହୁଛନ୍ତି। ଏହି ଦୁଃଖଦ ସମୟରେ , ଓଡ଼ିଶା ସରକାରଙ୍କର ଗଣମାଧ୍ୟମ ଉପଦେଷ୍ଟା ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ଓ ତାଙ୍କ ଧର୍ମ ପତ୍ନୀ ସହାୟତା ହାତ ବଢ଼ାଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ନାଚୁଣି ଗ୍ରାମ ପଞ୍ଚାୟତ ସୁନଖେଳା, ଜୀବନ ଦେଇ […]

Samaya Live Picture
Published On

ସମୟ ଲାଇଭ,୧/୫(ପ୍ରତାପରୁଦ୍ର ମହାରଣା ): ଦେଶ ତଥା ରାଜ୍ୟରେ ଲକ-ଡାଉନ ଜାରିରହିଛି। ଲକ-ଡାଉନ ଯୋଗୁଁ ବହୁ ଗରିବ ଶ୍ରେଣୀର ଲୋକମାନେ କାମ ଧନ୍ଦା ନପାଇ ଓଳିଏ ଖାଇଲେ ଓଳିଏ ଉପବାସ ରହୁଛନ୍ତି। ଏହି ଦୁଃଖଦ ସମୟରେ , ଓଡ଼ିଶା ସରକାରଙ୍କର ଗଣମାଧ୍ୟମ ଉପଦେଷ୍ଟା ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ଓ ତାଙ୍କ ଧର୍ମ ପତ୍ନୀ ସହାୟତା ହାତ ବଢ଼ାଇଛନ୍ତି

।

ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ନାଚୁଣି ଗ୍ରାମ ପଞ୍ଚାୟତ ସୁନଖେଳା, ଜୀବନ ଦେଇ ପୁର,କହ୍ନେଇପୁର ହରିଜନ ସାହି, ଓ ମୋରାମୋରୀ ପଞ୍ଚାୟତ ରେ ବସା ବସ କରୁଥିବା ୨୦୦ ରୁ ଉର୍ଦ୍ଧ୍ବଗରିବ ନିରୀହ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ଯେଉଁ ଥିରେ ଚାଉଳ ସହ ବିଭିନ୍ନ ରାସନ ସାମଗ୍ରୀ ଅଛି। ଏପରି ଦୁଃଖଦ ସମୟରେ ଗରିବ ନିରୀହ ପରିବାରଙ୍କୁ ସାହାଯ୍ୟ କରିଥିବାରୁ ଚିଲିକା ଅଞ୍ଚଳ ବାସୀ ଶ୍ରୀ ମଙ୍ଗରାଜଙ୍କୁ ବେଶ ପ୍ରଶଂସା କରିଛନ୍ତି।।

Tags: