ମହାଦେବ କାହିଁକି କରନ୍ତି ଶରୀରରେ ଭସ୍ମଲେପନ

ସମୟ ଲାଇଭ,୨୧/୨: ଦେବ ଦେବ ମହାଦେବ ଶରୀରରେ ଭସ୍ମ ଲେପନ କରିଥା’ନ୍ତି। ତେବେ ଏହି ଭସ୍ମ ଲେପନ କରିବା ପଛରେ ଏକ ପୌରାଣିକ କାହାଣୀ ରହିଛି। ଏହି କାହାଣୀ ଜଣେ ସାଧୁଙ୍କ କାହାଣୀ। ସାଧୁଜଣଙ୍କ ଜଙ୍ଗଲରେ ତପସ୍ୟା କରିବା ସହ ବୈରାଗ୍ୟ ପ୍ରାପ୍ତି କରିଥିଲେ। ସେ ଜଙ୍ଗଲର ଫଳମୂଳ ଆହାର କରି ଜୀବନ କାଟୁଥିଲେ। ସମୟାନୁକ୍ରମେ ତାଙ୍କ ଶରୀର ପବିତ୍ରତାରେ ଭରିବାକୁ ଲାଗିଲା। ଏକଦା ଆଶ୍ରମର ମରାମତି ପାଇଁ କାଠ କାଟୁଥିବା ସମୟରେ ତାଙ୍କ ଆଙ୍ଗୁଳି କଟିଗଲା। […]

Samaya Live Picture
Published On

ସମୟ ଲାଇଭ,୨୧/୨: ଦେବ ଦେବ ମହାଦେବ ଶରୀରରେ ଭସ୍ମ ଲେପନ କରିଥା’ନ୍ତି। ତେବେ ଏହି ଭସ୍ମ ଲେପନ କରିବା ପଛରେ ଏକ ପୌରାଣିକ କାହାଣୀ ରହିଛି।
ଏହି କାହାଣୀ ଜଣେ ସାଧୁଙ୍କ କାହାଣୀ। ସାଧୁଜଣଙ୍କ ଜଙ୍ଗଲରେ ତପସ୍ୟା କରିବା ସହ ବୈରାଗ୍ୟ ପ୍ରାପ୍ତି କରିଥିଲେ। ସେ ଜଙ୍ଗଲର ଫଳମୂଳ ଆହାର କରି ଜୀବନ କାଟୁଥିଲେ। ସମୟାନୁକ୍ରମେ ତାଙ୍କ ଶରୀର ପବିତ୍ରତାରେ ଭରିବାକୁ ଲାଗିଲା। ଏକଦା ଆଶ୍ରମର ମରାମତି ପାଇଁ କାଠ କାଟୁଥିବା ସମୟରେ ତାଙ୍କ ଆଙ୍ଗୁଳି କଟିଗଲା। ତେବେ ପବିତ୍ରତାରେ ଭରି ରହିଥିବା ସାଧୁଙ୍କ ଶରୀରରୁ ରକ୍ତ ପରିବର୍ତ୍ତେ ଗଛବୃକ୍ଷର ରସ ବାହାରିଲା। ଏଥିରୁ ସାଧୁ ଯେ କେତେ ପବିତ୍ର ତାହା ସେ ଅନୁଭବ କରିପାରିଲେ। ଏଣୁ ତାଙ୍କ ମନରେ ଦିନକୁ ଦିନ ଗର୍ବ ବଢ଼ିଚାଲିଲା।

ଭଗବାନ ଶିବ ଏ ବିଷୟରେ ଜାଣିବା ପରେ ସାଧୁଙ୍କ ଗର୍ବ ଭାଙ୍ଗିବା ପାଇଁ ସ୍ଥିର କଲେ। ଏକ ବୃଦ୍ଧଲୋକର ବେଶରେ ଶିବ ଯାଇ ସାଧୁଙ୍କ ପାଖରେ ପହଞ୍ଚିଲେ। କଥା ଛଳରେ ସାଧୁ ତାଙ୍କ ପବିତ୍ରତା କାହାଣୀ ଗର୍ବର ସହ ଶିବଙ୍କୁ ଶୁଣାଇଲେ। ଏତିକିରେ ଶିବ ଉଠିଯାଇ ନିଜର ଆଙ୍ଗୁଳି କାଟିଦେଲେ। ତେବେ ଶିବଙ୍କ ଶରୀରରୁ ରକ୍ତ ବଦଳରେ ଭସ୍ମ ବାହାରିବାକୁ ଲାଗିଲା। ଶିବଙ୍କୁ ଚିହ୍ନିବାରେ ସାଧୁଙ୍କର ବିଳମ୍ଭ ହେଲା ନାହିଁ। ତେବେ ଶିବ ତାଙ୍କୁ ବୁଝାଇ କହିଲେ, ମଣିଷ ଯେକୌଣସି ଗୁଣର ଅଧିକାରୀ ହୋଇଥିଲେ ମଧ୍ୟ ଶେଷରେ ଭସ୍ମରେ ଲୀନ ହୋଇଥାଏ। ତେଣୁ ନିଜର କୌଣସି ଗୁଣ ବା ସୌନ୍ଦର୍ୟ୍ୟକୁ ନେଇ ମନୁଷ୍ୟ ଗର୍ବ କରିବା ଉଚିତ୍‍ ନୁହେଁ। ଏହି ବାର୍ତ୍ତା ଦେବା ପାଇଁ ଶିବଶଙ୍କର ସର୍ବଦା ଭଦ୍ମ ଲେପନ କରିଥା’ନ୍ତି।

Tags: