ଏଲ ଆଣ୍ଡ ଟି କମ୍ପାନୀ ଫାଟକରେ ତାଲା ପକାଇଲେ ଲୋକେ

ସମୟ  ଲାଇଭ,24/4(ରାଜ ଗୁପ୍ତା):ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରୁଥିବା L&T କମ୍ପାନୀକୁ ସ୍ଥାନୀୟ ଲୋକେ ତାଲା ପକାଇଛନ୍ତି | ତେବେ ଘଟଣାରୁ ପ୍ରକାଶ ଯେ, କରୋନା  ସଂକ୍ରମଣ କୁ ରୋକିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାର ମିଳିତ ଭାବେ ଜନସମାଗମ କୁ ଏଡ଼ାଇବା ପାଇଁ ସ୍କୁଲ କଲେଜ ତଥା ସମସ୍ତ ଅନୁଷ୍ଠାନ ଏବଂ ପୂଜା ପାର୍ବଣ, ବିବାହ ତଥା ସାମାଜିକ କାର୍ଯ୍ୟକୁ ବନ୍ଦ ରଖିବାକୁ ଆହ୍ୱାନ ଦେଇଥିବା […]

Samaya Live Picture
Published On

ସମୟ  ଲାଇଭ,24/4(ରାଜ ଗୁପ୍ତା):ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରୁଥିବା L&T କମ୍ପାନୀକୁ ସ୍ଥାନୀୟ ଲୋକେ ତାଲା ପକାଇଛନ୍ତି |

ତେବେ ଘଟଣାରୁ ପ୍ରକାଶ ଯେ, କରୋନା  ସଂକ୍ରମଣ କୁ ରୋକିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାର ମିଳିତ ଭାବେ ଜନସମାଗମ କୁ ଏଡ଼ାଇବା ପାଇଁ ସ୍କୁଲ କଲେଜ ତଥା ସମସ୍ତ ଅନୁଷ୍ଠାନ ଏବଂ ପୂଜା ପାର୍ବଣ, ବିବାହ ତଥା ସାମାଜିକ କାର୍ଯ୍ୟକୁ ବନ୍ଦ ରଖିବାକୁ ଆହ୍ୱାନ ଦେଇଥିବା ବେଳେ, ଏହାକୁ ସମସ୍ତେ ମାନୁଛନ୍ତି । ମାତ୍ର କାଣିମହୁଲି ଠାରେ ଥିବା କମ୍ପାନୀ କାର୍ଯ୍ୟାଳୟ ଖୋଲା ରହି କାର୍ଯ୍ୟ ଚାଲୁଥିଲା ଏଣୁ ଶତାଧିକ ଶ୍ରମିକ ଓ କର୍ମଚାରୀ ମଧ୍ୟ ଏଠାରେ କାର୍ଯ୍ୟରତ ରହିଛନ୍ତି।

ଅନ୍ୟପଟେ ବାହାର ରାଜ୍ୟରୁ ମଧ୍ୟ କମ୍ପାନୀର ଶ୍ରମିକ ଅଫିସର ଯାତାୟାତ କରୁଥିବା ଏବଂ ସାମଗ୍ରୀ ପରିବହନ ମଧ୍ୟ ହେଉଥିବା ଯୋଗୁଁ, କରୋନା ଭୁତାଣୁ ସଂକ୍ରମଣର ଡର ରହୁଥିବା ହେତୁ ସ୍ଥାନୀୟ ଲୋକେ ଆଜି କାର୍ଯ୍ୟ କୁ ବିରୋଧ କରି ତାଲା ପକାଇବା ସହ ବିକ୍ଷୋଭ  କରିଥିଲେ।

ଖବର ପାଇ ଝାରପୋଖରୀଆ ଥାନାଧିକାରୀ ସୁଦର୍ଶନ ଗଙ୍ଗୋଇ ଓ ତହସିଲଦାର ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ କମ୍ପାନୀର ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ରୀ ଚୌଧୁରୀଙ୍କ ସହ ଆଲୋଚନା କରିଥିଲେ। କମ୍ପାନୀ କତ୍ତୃପକ୍ଷ ଏହାକୁ ମାନିବା ପରେ ଜନସାଧାରଣଙ୍କ ମଧ୍ୟରେ ସମାଧାନ ହୋଇଥିଲା |

Tags: