ପ୍ରକୃତିର ଗନ୍ତାଘର କୋରାପୁଟ

ଓଡିଶାରେ ଏଭଳି ଅନେକ ସ୍ଥାନ ଅଛି, ଯେଉଁଗୁଡିକ ଭୂସ୍ୱର୍ଗ ନାମରେ ପରିଚିତ । ସେଥିମଧ୍ୟରୁ କୋରାପୁଟ ଅନ୍ୟତମ । ଏହି ସ୍ଥାନ ହେଉଛି ପ୍ରକୃତିର ଗନ୍ତାଘର । ଏଠାରେ ଭରି ରହିଛି ଅନେକ କିଛି ପ୍ରାକୃତିକ ଦୃଶ୍ୟ, ଯାହାକୁ ଉପଭୋଗ କରିବାକୁ ପ୍ରତିବର୍ଷ ଅନେକ ପର୍ଯ୍ୟଟକଙ୍କର ଭିଡ ଜମେ । ଆସ;ୁ ଜାଣିବା କୋରାପୁଟର କିଛି ମନୋରମ ଦୃଶ୍ୟ ବିଷୟରେ । ଓଡିଶାର କୋରାପୁଟକୁ ଘେରି ରହିଛନ୍ତି ଅନେକ ବଣ ଜଙ୍ଗଲ ଓ ପାହାଡ । କୋରାପୁଟକୁ […]

Samaya Live Picture
Published On

ଓଡିଶାରେ ଏଭଳି ଅନେକ ସ୍ଥାନ ଅଛି, ଯେଉଁଗୁଡିକ ଭୂସ୍ୱର୍ଗ ନାମରେ ପରିଚିତ । ସେଥିମଧ୍ୟରୁ କୋରାପୁଟ ଅନ୍ୟତମ । ଏହି ସ୍ଥାନ ହେଉଛି ପ୍ରକୃତିର ଗନ୍ତାଘର । ଏଠାରେ ଭରି ରହିଛି ଅନେକ କିଛି ପ୍ରାକୃତିକ ଦୃଶ୍ୟ, ଯାହାକୁ ଉପଭୋଗ କରିବାକୁ ପ୍ରତିବର୍ଷ ଅନେକ ପର୍ଯ୍ୟଟକଙ୍କର ଭିଡ ଜମେ । ଆସ;ୁ ଜାଣିବା କୋରାପୁଟର କିଛି ମନୋରମ ଦୃଶ୍ୟ ବିଷୟରେ ।
ଓଡିଶାର କୋରାପୁଟକୁ ଘେରି ରହିଛନ୍ତି ଅନେକ ବଣ ଜଙ୍ଗଲ ଓ ପାହାଡ । କୋରାପୁଟକୁ ଓଡିଶାର ଦ୍ୱିତୀୟ କାଶ୍ମୀର ଭାବେ ପର୍ଯ୍ୟଟକମାନେ ସମ୍ବୋଧନ କରନ୍ତି । ଏଠାରେ ଅନେକ ସୁନ୍ଦର ସୁନ୍ଦର ସ୍ଥାନ ରହିଛି ବୁଲିବାକୁ । କେବଳ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ନୁହେଁ ଏଠିକାର ସୁନାବେଡାରେ ଥିବା ମିଗ୍‌ ଫାଇଟର ପ୍ଲେନ୍‌ ଇଞ୍ଜିନ୍‌ କାରଖାନା ମଧ୍ୟ ବେଶ୍‌ ପରିଚିତ । ଏଠାରେ ଥିବା ଗୁପ୍ତେଶ୍ୱର ମନ୍ଦିର, ସାବର ଶ୍ରୀକ୍ଷେତ୍ର, ଡୁଡୁମା ଫଲ, କୋଲାବ ଡ୍ୟାମ ଭଳି ଅନେକ ସ୍ଥାନ ରହିଛି, ଯାହା ପର୍ଯ୍ୟଟକଙ୍କର ପ୍ରମୁଖ ଆକର୍ଷଣ ସାଜିଥାଏ ।

ଦେଓମାଳି
ପ୍ରକୃତିର ଗନ୍ତାଘର କୋରାପୁଟ

ଓଡିଶାର ସବୁଠାରୁ ଉଚ୍ଚତମ ଶିଖର ହେଲା ଦେଓମାଳି ଯାହା କୋରାପୁଟରେ ରହିଛି । ଏହା ଇକୋ ଟୁରିଜିମ୍‌ ଓ ଟ୍ରେକିଂ ପାଇଁ ବେଶ୍‌ ପରିଚିତ । ଏହା ସମୁଦ୍ର ପତନଠାରୁ ପାଖାପାଖି ୧୬୭୨ ମିଟର ଉଚ୍ଚରେ ରହିଛି । ଏହି ପାହାଡ ଶିଖରକୁ ଘେରି ରହିଥିବା ବାଦଲ ଏହାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । ଏହା କୋରାପୁଟର ବେଶ୍‌ ଫେମସ ପର୍ଯ୍ୟଟନସ୍ଥଳୀ । ପ୍ରତିବର୍ଷ ଅନେକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି ଏହି ଶିଖରକୁ ଦେଖିବା ପାଇଁ ।

ସାବର ଶ୍ରୀକ୍ଷେତ୍ର

କୋରାପୁଟରେ ଥିବା ସାବର ଶ୍ରୀକ୍ଷେତ୍ର ଓଡିଶାର ସବୁଠାରୁ ପରିଚିତ ମନ୍ଦିର । ୧୯୭୨ରେ ଗଢାହୋଇଥିବା ଏହି ମନ୍ଦିରରେ କାହିଁ କେଉଁ କାଳରୁ ଜଗନ୍ନାଥ ପୂଜା ପାଇ ଆସୁଛନ୍ତି । ଏହା କୋରାପୁଟର ସବୁଠାରୁ ସୁନ୍ଦର ସ୍ଥାନ ଯାହା ପର୍ଯ୍ୟଟକଙ୍କ ତାଲିକାରେ ସବୁଠାରୁ ଆଗରେ ରହିଥାଏ । ଏହି ମନ୍ଦିରରେ ଆଦିବାସୀମାନଙ୍କର ପରମ୍ପରାର ଝଲକ ଦେଖିବାକୁ ମିଳିଥାଏ । ଏଠିକାର ପରିବେଶ ବେଶ୍‌ ମନୋରମ ଓ ଶ୍ରଦ୍ଧାପୂର୍ଣ୍ଣ ହୋଇଥାଏ ।

ମାଲିଗୁଡା ଟନେଲ ବ୍ରିଜ୍‌

ପାକୃତିକ ପରିବେଶ ଭିତରେ ଅନେକ ଐତିହାସିକ ସ୍ଥାନ ମଧ୍ୟ ରହିଛି ଦେଖିବାକୁ । ଏଠାରେ ଥିବା ୬୦ ମିଟର ଲମ୍ବର ଏହି ଟନେଲ ବ୍ରିଜ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସକ୍ଷମ । ଏହି ଟନେଲ ଭାରତର ଚତୁର୍ଥତମ ବଡ ରେଳ ବ୍ରିଜ୍‌ । ଏଥିରେ ଟ୍ରେନ ଯିବା ସମୟରେ ଦେଖିବାକୁ ଖୁବ ଭଲ ଲାଗିଥାଏ । ଟନେଲର ଚାରି ପାଖ ସମ୍ପୂର୍ଣ୍ଣଭାବେ ବଣ ଜଙ୍ଗଲରେ ପରିପୂର୍ଣ୍ଣ ରହିଥାଏ, ଯାହା ଏହାର ଶୋଭା ଆହୁରି ବଢାଇଥାଏ ।

ଡୁମଡୁମା ଜଳପ୍ରପାତ

କୋରାପୁଟର ଜୟପୁର ଠାରୁ ୭୦ କିମି ଦୂରରେ ରହିଛି ଡୁମଡୁମା ଜଳପ୍ରପାତ, ଯାହା କୋରାପୁଟର ଆଉ ଏକ ସୌନ୍ଦର୍ଯ୍ୟ । ଏହା ସବୁଠାରୁ ଉଚ୍ଚତମ ୱାଟରଫଲ୍‌ । ଏହି ଡ୍ୟାମ ଦେଖିବାକୁ ଅନେକ ଲୋକ ଆସିଥାଆନ୍ତି । ଏଠାରେ ଏକ ହାଇଡ୍ରୋଇଲେକଟ୍ରିକ୍‌ ପ୍ରୋଜେକଫ ମଧ୍ୟ ଇନଷ୍ଟଲ୍‌ କରାଯାଇଛି । ଏହି ଡ୍ୟାମଟି ମାଛକୁଣ୍ଡ ନଦୀ ଉପରେ ନିର୍ମାଣ କରାଯାଇଛି । ଏଠାରେ ଶୀତ ଦିନେ ପିକ୍‌ନିକ୍‌ କରିବାକୁ ଅନେକ ପର୍ଯ୍ୟଟକଙ୍କ ଭିଡ ଜମିଥାଏ ।

Tags: