ହିତାଧିକାରୀଙ୍କୁ ମିଳୁଛି ସରକାରୀ ଧାର୍ଯ୍ୟ ଠାରୁ କମ ପରିମାଣର କିରୋସିନି
ସମୟ ଲାଇଭ,2/5(ଦେବ ଜ୍ୟୋତି ମହାନ୍ତି): ନାଉଗାଁ ବ୍ଲକ ଅନ୍ତର୍ଗତ ବଛାଳୋ ପଞ୍ଚାୟତରେ ହିତାଧିକାରୀମାନଙ୍କୁ କାର୍ଡ଼ ପିଛା ସରକାରୀ ଧାର୍ଯ୍ୟ ଠାରୁ କମ ପରିମାଣର କିରୋସିନ ତେଲ ପ୍ରଦାନ କରାଯାଇଥିବାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଥିଲା। ଏହି ଘଟଣାକୁ ନେଇ ହିତାଧିକାରୀ ମାନେ ବିଡ଼ିଓ ରଶ୍ମିରେଖା ମଲ୍ଲିକଙ୍କୁ ମଧ୍ଯ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଅଭିଯୋଗ ମୁତାବକ ଉକ୍ତ ପଞ୍ଚାୟତରେ ନିଯୁକ୍ତ ରିଟେଲର କେଦାରନାଥ ଲେଙ୍କା ସରକାରଙ୍କ ଧାର୍ଯ୍ୟ ଠାରୁ ହିତାଧିକାରୀଙ୍କୁ କମ ପରିମାଣର ତେଲ ପ୍ରଦାନ କରୁଛନ୍ତି। […]
ସମୟ ଲାଇଭ,2/5(ଦେବ ଜ୍ୟୋତି ମହାନ୍ତି): ନାଉଗାଁ ବ୍ଲକ ଅନ୍ତର୍ଗତ ବଛାଳୋ ପଞ୍ଚାୟତରେ ହିତାଧିକାରୀମାନଙ୍କୁ କାର୍ଡ଼ ପିଛା ସରକାରୀ ଧାର୍ଯ୍ୟ ଠାରୁ କମ ପରିମାଣର କିରୋସିନ ତେଲ ପ୍ରଦାନ କରାଯାଇଥିବାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଥିଲା। ଏହି ଘଟଣାକୁ ନେଇ ହିତାଧିକାରୀ ମାନେ ବିଡ଼ିଓ ରଶ୍ମିରେଖା ମଲ୍ଲିକଙ୍କୁ ମଧ୍ଯ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଅଭିଯୋଗ ମୁତାବକ ଉକ୍ତ ପଞ୍ଚାୟତରେ ନିଯୁକ୍ତ ରିଟେଲର କେଦାରନାଥ ଲେଙ୍କା ସରକାରଙ୍କ ଧାର୍ଯ୍ୟ ଠାରୁ ହିତାଧିକାରୀଙ୍କୁ କମ ପରିମାଣର ତେଲ ପ୍ରଦାନ କରୁଛନ୍ତି। ସରକାରୀ ନିୟମ ଅନୁସାରେ କାର୍ଡ୍ ପିଛା ୧ ଲିଟର ୮୦୦ ଶହ ମିଲି ଲିଟର ତେଲ ପ୍ରଦାନ କରାଯିବା କଥା। କିନ୍ତୁ ସମ୍ପୃକ୍ତ ରିଟେଲର କାର୍ଡ ପିଛା ୧ ଲିଟର ୫୦୦ ଶହ ମିଲି ଲିଟର ତେଲ ପ୍ରଦାନ କରୁଛନ୍ତି। ଏପରିକି ସରକାରୀ ଧାର୍ଯ୍ୟ ମୁଲ୍ୟ ଅନୁସାରେ ନ ନେଇ ଲିଟର ପିଛା ୩୦ ଟଙ୍କା ନେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ବର୍ତ୍ତମାନ ମହାମାରୀ କରୋନା ଭୁତାଣୁ ଯୋଗୁଁ ଜନସାଧାରଣ ଆର୍ଥିକ ଅନାଟନ ମଧ୍ୟରେ ଗତିକରୁଛନ୍ତି।ତେଣୁ ଉକ୍ତ ଡ଼ିଲର ହିତାଧିକାରୀମାନଙ୍କୁ ଏପରି ଶୋଷନ ମନୋଭାବରେ ସାଧାରଣ ଉପଭୋକ୍ତା ହଇରାଣ ହେଉଛନ୍ତି। ତେଣୁ ଏହି ବିଷୟରେ ତଦନ୍ତ କରାଯାଇ ଉକ୍ତ ଡ଼ିଲର ବିରୁଦ୍ଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହିତାଧିକାରୀ ମାନେ ଦାବି କରୁଛନ୍ତି।।




