ସୁକିନ୍ଦାରେ ହେଲା କନ୍ୟା ଏକ୍ସପ୍ରେସ୍ ର ଶୁଭାରମ୍ଭ
ଯାଜପୁର: ଜୁନ ୨୩: ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଅଞ୍ଚଳରେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ କନ୍ୟା ଏକ୍ସପ୍ରେସ ସେବାର ଶୁଭାରମ୍ଭ ହୋଇଛି । କିଶୋରୀମାନଙ୍କ ରକ୍ତହୀନତା ସମସ୍ୟାର ସମାଧାନ ନିମନ୍ତେ ସରକାରଙ୍କ ଦ୍ୱାରା ନିଆଯାଇଥିବା ଆନିମିଆ ମୁକ୍ତ ଭାରତ ପଦକ୍ଷେପକୁ ସାକାର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ତରଫରୁ ଏକ ଅଭିନବ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଭ୍ୟାନ୍ ବା କନ୍ୟା ଏକ୍ସପ୍ରେସର ଶୁଭାରମ୍ଭ କରାଯାଇଛି । […]
ଯାଜପୁର: ଜୁନ ୨୩: ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଅଞ୍ଚଳରେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ କନ୍ୟା ଏକ୍ସପ୍ରେସ ସେବାର ଶୁଭାରମ୍ଭ ହୋଇଛି । କିଶୋରୀମାନଙ୍କ ରକ୍ତହୀନତା ସମସ୍ୟାର ସମାଧାନ ନିମନ୍ତେ ସରକାରଙ୍କ ଦ୍ୱାରା ନିଆଯାଇଥିବା ଆନିମିଆ ମୁକ୍ତ ଭାରତ ପଦକ୍ଷେପକୁ ସାକାର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ତରଫରୁ ଏକ ଅଭିନବ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଭ୍ୟାନ୍ ବା କନ୍ୟା ଏକ୍ସପ୍ରେସର ଶୁଭାରମ୍ଭ କରାଯାଇଛି । ଏହି ଏକ୍ସପ୍ରେସ ସରକାରୀ ବ୍ୟବସ୍ଥା ମାଧ୍ୟମରେ ନିୟମିତ ଭାବରେ କିଶୋରୀମାନଙ୍କ ହିମୋଗ୍ଲୋବିନ ସ୍ତର ଯାଞ୍ଚ କରିବା ସହ ଆଇରନ ଫଲିକ୍ ଏସିଡ ଓ କୃମି ନାଶକ ବଟିକା ବଣ୍ଟନ କାର୍ଯ୍ୟକ୍ରମ କରାଯିବ । ଏଥିସହ ପୁଷ୍ଟିକର ଖାଦ୍ୟ ଓ ସ୍ୱାସ୍ଥ୍ୟ ସଚେତନତା ସଂପର୍କିତ କାର୍ଯ୍ୟକ୍ରମ କରିବ । ଇମ୍ଫାର ବିଜନେସ ୟୁନିଟ ହେଡ୍ କନ୍ୟା ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି ।




