ଜଗା ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ: କଢାଯିବ ମୁଣ୍ଡରେ ଲାଗିଥିବା ହେଲମେଟ୍
ଫୁଲବାଣୀ: ଜୁଲାଇ ୦୫: କନ୍ଧମାଳର ବହୁଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଶିଶୁ ଜଗା ଫେରିଛି ନିଜ ଘରକୁ । କଟକ ଏସସିବି ମେଡ଼ିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା ସାରି ପୁଣି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରିଛି । ଦିଲ୍ଲୀ ଏମ୍ସରେ ଯେଉଁ ଡାକ୍ତରମାନେ ଜଗାର ଅସ୍ତ୍ରୋପ୍ରଚାର ଏବଂ ଚିକିତ୍ସା କରିଥିଲେ, ସେହି ଡାକ୍ତରମାନେ କଟକ ଏସସିବି ମେଡିକାଲକୁ ଆସି ତାର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଜଗାର ବାପା ଭୂୟାଁ କହଁର କହିଛନ୍ତି । ଜଗା ବର୍ତ୍ତମାନ ସମ୍ପୂର୍ଣ ସୁସ୍ଥ […]
ଫୁଲବାଣୀ: ଜୁଲାଇ ୦୫: କନ୍ଧମାଳର ବହୁଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଶିଶୁ ଜଗା ଫେରିଛି ନିଜ ଘରକୁ । କଟକ ଏସସିବି ମେଡ଼ିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା ସାରି ପୁଣି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରିଛି । ଦିଲ୍ଲୀ ଏମ୍ସରେ ଯେଉଁ ଡାକ୍ତରମାନେ ଜଗାର ଅସ୍ତ୍ରୋପ୍ରଚାର ଏବଂ ଚିକିତ୍ସା କରିଥିଲେ, ସେହି ଡାକ୍ତରମାନେ କଟକ ଏସସିବି ମେଡିକାଲକୁ ଆସି ତାର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଜଗାର ବାପା ଭୂୟାଁ କହଁର କହିଛନ୍ତି । ଜଗା ବର୍ତ୍ତମାନ ସମ୍ପୂର୍ଣ ସୁସ୍ଥ ଅଛି ଏବଂ ତାର ମୁଣ୍ଡରେ ଲାଗିଥିବା ହେଲମେଟକୁ ଆଉ ୩ ବର୍ଷ ପରେ ଅସ୍ତ୍ରୋପ୍ରଚାର କରି ବାହାର କରାଯିବ । ଜଗା ବର୍ତ୍ତମାନ ସମ୍ପୂର୍ଣ ସୁସ୍ଥ ଓ ସ୍ୱାଭାବିକ ଜୀବନ ଜିଉଛି । ତାର ପାଠ ପଢିବା ପାଇଁ ମଧ୍ୟ ଆଗ୍ରହ ରହିଛି । କି;ୁ ତାଙ୍କର ସବୁ କଥା ସରକାର ବୁଝୁ ଥିବାରୁ ଜଗାକୁ କେଉଁ ଠାରେ ଏବଂ କେମିତି ପାଠ ପଢାଇବେ, ଏନେଇ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ଭେଟି ଜଣାଇବେ ବୋଲି କହିଛନ୍ତି ଜଗାର ବାପା ।




