ଖଇରା ବ୍ଲକରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ

ସମୟ ଲାଇଭ,9/12: ଵାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଠାରେ ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁଙ୍କ ଅଧ୍ୟକ୍ଷତାରେ ଏକ ମିଳିତ ଜଣ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଏଡିଏମ୍ ସମ୍ବିତ କୁମାର ନାୟକ, ଏସପି ପି ଯୁଗଳ କିଶୋର,ପିଡି ରାମଚନ୍ଦ୍ର ଜେନା, ସିଡିଏମ୍ଓ ବାଲାଜୀ ପ୍ରସାଦ ଛୋଟରାୟ, ବିଡିଓ ମହେଶ ଚୌଧୁରୀ ଓ ଅତିରିକ୍ତ ତହସିଲଦାର ବିଭାସ ରଞ୍ଜନ ପାଣିଗ୍ରାହୀ ଯୋଗଦେଇ ବିଭିନ୍ନ ଅଭିଯୋଗର ସମାଧାନ କରିଥିଲେ ।ଏହି ଶିବିରରେ ସର୍ବମୋଟ ୧୧୬ ଟି ଅଭିଯୋଗ ହୋଇଥିବାବେଳେ ଏଥିରେ […]

Samaya Live Picture
Published On

ସମୟ ଲାଇଭ,9/12: ଵାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଠାରେ ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁଙ୍କ ଅଧ୍ୟକ୍ଷତାରେ ଏକ ମିଳିତ ଜଣ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଏଡିଏମ୍ ସମ୍ବିତ କୁମାର ନାୟକ, ଏସପି ପି ଯୁଗଳ କିଶୋର,ପିଡି ରାମଚନ୍ଦ୍ର ଜେନା, ସିଡିଏମ୍ଓ ବାଲାଜୀ ପ୍ରସାଦ ଛୋଟରାୟ, ବିଡିଓ ମହେଶ ଚୌଧୁରୀ ଓ ଅତିରିକ୍ତ ତହସିଲଦାର ବିଭାସ ରଞ୍ଜନ ପାଣିଗ୍ରାହୀ ଯୋଗଦେଇ ବିଭିନ୍ନ ଅଭିଯୋଗର ସମାଧାନ କରିଥିଲେ ।ଏହି ଶିବିରରେ ସର୍ବମୋଟ ୧୧୬ ଟି ଅଭିଯୋଗ ହୋଇଥିବାବେଳେ ଏଥିରେ ମୁଖ୍ୟ ପ୍ରସଙ୍ଗ ଥିଲା ଖଇରା ଥାନା ଆଇଆଇସି ଲୋପାମୁଦ୍ରା ନାୟକଙ୍କ ବଦଳି ସ୍ଥଗିତ କରିବା,
ଖଇରା ବ୍ଲକର ଜନପ୍ରତିନିଧିମନେ ଆଇଆଇସିଙ୍କ ବଦଳିକୁ ବିରୋଧ କରି ଏସପିଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।ଗତ ଅକ୍ଟୋବର ୧୦ ତାରିଖ ଦିନ ସିମୁଳିଆ ଥାନା ଅଧୀନ ବରଦାବିଷ୍ଣୁପୁର ଗ୍ରାମର ଘଟିଯାଇଥିବା ହତ୍ୟା କାଣ୍ଡରେ ଆଜିପର୍ଯ୍ୟନ୍ତ ଆସାମୀଙ୍କୁ ଧରାଜାଇନଥିବାରୁ ମୃତକଙ୍କ ପତ୍ନୀ ସବିତାରାଣୀ ମାଝୀ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏଥିରେ ବିଶେସ୍ୱତ ଆବାସ ଯୋଜନା, ରାସନ୍କାର୍ଡ ପ୍ରଦାନରେ ଦୁର୍ନୀତି,ଭତ୍ତା ବଣ୍ଟନରେ ଅନିୟମିତତା ସମ୍ପର୍କରେ ଅଭିଯୋଗ ହୋଇଥିଲା।

Tags: