କଟକ ଏସିବିରେ ପୁଣି ଭର୍ତ୍ତି ହେଲା ଜଗା

କଟକ: ଜୁନ ୧୮: କଟକ ଏସସିବି ମେଡିକାଲରେ ପୁଣି ପହଞ୍ଚିଲା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା । ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଜଗାକୁ ଏସସିବିକୁ ଅଣାଯାଇଛି । ଏସସିବି ମେଡିକାଲର କାଜୁଆଲିଟି ଟ୍ରମା କେୟାର ୟୁନିଟର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରହିଛି ଜଗା । ଜଗାର ସିଟି ସ୍କାନ ହୋଇସାରିଛି । ଆଜି ଦିଲ୍ଲୀ ଏମ୍ସର ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଜଗାର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିବେ । ୨୦୧୭ ମସିହାରେ ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ଦିଲ୍ଲୀ ଏମ୍ସରେ […]

Samaya Live Picture
Published On

କଟକ: ଜୁନ ୧୮: କଟକ ଏସସିବି ମେଡିକାଲରେ ପୁଣି ପହଞ୍ଚିଲା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା । ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଜଗାକୁ ଏସସିବିକୁ ଅଣାଯାଇଛି । ଏସସିବି ମେଡିକାଲର କାଜୁଆଲିଟି ଟ୍ରମା କେୟାର ୟୁନିଟର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରହିଛି ଜଗା । ଜଗାର ସିଟି ସ୍କାନ ହୋଇସାରିଛି । ଆଜି ଦିଲ୍ଲୀ ଏମ୍ସର ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଜଗାର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିବେ । ୨୦୧୭ ମସିହାରେ ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ଦିଲ୍ଲୀ ଏମ୍ସରେ ଅପରେସନ କରାଯାଇ ଅଲଗା କରାଯାଇଥିଲା । ଗତ ଦେଢ଼ ବର୍ଷ ପୂର୍ବେ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ବଳିଆର ମୃତ୍ୟୁ ହୋଇଥିଲା । ଏହାପରେ ଜଗାକୁ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ବର୍ତ୍ତମାନ ଜଗାର ଅବସ୍ଥା କଣ ରହିଛି ଓ ତାର ସ୍ୱାସ୍ଥ୍ୟରେ କିଛି ଅସୁବିଧା ଅଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ତାକୁ କଟକ ଏସସିବି ମେଡିକାଲକୁ ଅଣାଯାଇଛି । ଆଜି ଦିଲ୍ଲୀର ଡାକ୍ତରୀ ଟିମ୍‌ ତାକୁ ପରୀକ୍ଷା କରିବା ପାଇଁ ଆସୁଛନ୍ତି ।