ସଂଘରୋଧ  କେନ୍ଦ୍ର ପରିଚାଳନାରେ ତ୍ରୁଟି ଅଭିଯୋଗ

ସମୟ ଲାଇଭ,3/5: ସାରା ବିଶ୍ବରେ  ମହାମାରୀ କରୋନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି । ତେବେ ଓଡ଼ିଶାରେ  ଏହି ସମୟରେ ଅନ୍ୟ ଜିଲ୍ଲା ଏବଂ ରାଜ୍ୟରୁ ଫେରନ୍ତା ବ୍ଯକ୍ତିଙ୍କୁ ସଙ୍ଘରଧ  କେନ୍ଦ୍ର ରେ ରଖିବାର ସରକାରଙ୍କ ନିୟମ ରହିଥିବା ବେଳେ ସେମାନଙ୍କ ର କୋୖଣସି ଅସୁବିଧା ନ ହୁଏ ସେଥିପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରରେ ସରପଞ୍ଚ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ମାନଙ୍କୁ ସୁଚାରୁ ରୂପେ ଦାୟିତ୍ୱ ତୁଳେଇବା ପାଇଁବିଭିନ୍ନ ପ୍ରକାରର ନିୟମ […]

Samaya Live Picture
Published On

ସମୟ ଲାଇଭ,3/5: ସାରା ବିଶ୍ବରେ  ମହାମାରୀ କରୋନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି । ତେବେ ଓଡ଼ିଶାରେ  ଏହି ସମୟରେ ଅନ୍ୟ ଜିଲ୍ଲା ଏବଂ ରାଜ୍ୟରୁ ଫେରନ୍ତା ବ୍ଯକ୍ତିଙ୍କୁ ସଙ୍ଘରଧ  କେନ୍ଦ୍ର ରେ ରଖିବାର ସରକାରଙ୍କ ନିୟମ ରହିଥିବା ବେଳେ ସେମାନଙ୍କ ର କୋୖଣସି ଅସୁବିଧା ନ ହୁଏ ସେଥିପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରରେ ସରପଞ୍ଚ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ମାନଙ୍କୁ ସୁଚାରୁ ରୂପେ ଦାୟିତ୍ୱ ତୁଳେଇବା ପାଇଁବିଭିନ୍ନ ପ୍ରକାରର ନିୟମ କରାଯାଇଛି।

କିନ୍ତୁ ପରିଚାଳନା ଗତ ତ୍ରୁଟି ଦେଖାଯାଇଛି ମୟୂରଭଞ୍ଜ ଜିଲ୍ଲାର ରାସ ଗୋବିନ୍ଦପୁର ପଞ୍ଚାୟତ ସମିତି ଅଧୀନରେ ଥିବା ନଳଗଜା ସଂଘରୋଧ  କେନ୍ଦ୍ରରେ।

ତେବେ ପ୍ରତି ସଂଘରୋଧ  କେନ୍ଦ୍ରରେ  ଜଣେ ନୋଡାଲ ଅଫିସର ରହିବାର ନିୟମ ରହିଥିବା ବେଳେ ନଳଗଜା ଠାରେ ହୋଇଥିବା ସଂଘରୋଧ କେନ୍ଦ୍ର ରେ କେହିଜଣେ ନୋଡାଲ ଅଫିସର ରହୁନଥିବା ଅଭିଯୋଗ ହୋଇଛି। ଏଥରେ  ରହୁଥିବା ୪ ଜଣଙ୍କ ପାଇଁ ରନ୍ଧା ଖାଦ୍ୟ ର ବ୍ଯବସ୍ଥା କରାନଯାଇ ସେମାନେ ନିଜେ ରୋଷେଇ କରି ଖାଇବା ସରକାରୀ ନିୟମ ଅନୁଯାୟୀ କେତେ ଦୂର ଯୁକ୍ତିଯୁକ୍ତ।

ସରକାରଙ୍କ ନିୟମ କୁ କେଉଁ କାରଣରୁ ବେଖାତିର କରୁଛନ୍ତି ସରକାରୀ କର୍ମଚାରୀ ମାନେ ତାହା ପ୍ରଶ୍ନ ବାଚୀ ସୃଷ୍ଟି କରୁଛି।ତେବେ ସରକାର ସରପଞ୍ଚ ଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିବା ପରେ ଯଦି ଏହି ଭଳି କାର୍ଯ୍ୟ ଏହି ସମୟରେ ଗ୍ରାମ ପଞ୍ଚାୟତ ସ୍ତରରେ ଦେଖି ବାକୁ ମିଳିବା ପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |

Tags: