ଓଡିଶାରୁ ଉଠିଯିବ ଆଇସିସିଆର କାର୍ଯ୍ୟାଳୟ
ଭୁବନେଶ୍ୱର: ଜୁନ ୮: ଆଉ ଓଡିଶାରେ ରହିବନି ଆଇସିସିଆର ବା ଇଣ୍ଡିଆନ କାଉନସିଲ ଫର୍ କଲଚରାଲ ରିଲେସନ୍ସର ଆଞ୍ଚଳିକ କାର୍ଯ୍ୟାଳୟ । ଆସନ୍ତା ମାସଠାରୁ ଏହି କାର୍ଯ୍ୟାଳୟର ବଦଳିବ ଠିକଣା । କୋଲକାତାର ରବିନ୍ଦ୍ର ନାଥ ଟାଗୋର ବା କୋଲକାତା ସ୍ଥିତ ଜୋନ କାର୍ଯ୍ୟାଳୟ ହେବ ନୂଆ ଠିକଣା । ଏନେଇ ଆଇସିସିଆର ଷ୍ଟାଚୁଟାରୀ ବଡି ନିଷ୍ପତ୍ତି ନେଇଥିବା ସଂସ୍କୃତି ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ଆଇସିସିଆର ଆଞ୍ଚଳିକ ନିର୍ଦ୍ଦେଶକ ମିନାକ୍ଷୀ ମିଶ୍ର । ମାତ୍ର ନିଷ୍ପତ୍ତି […]
ଭୁବନେଶ୍ୱର: ଜୁନ ୮: ଆଉ ଓଡିଶାରେ ରହିବନି ଆଇସିସିଆର ବା ଇଣ୍ଡିଆନ କାଉନସିଲ ଫର୍ କଲଚରାଲ ରିଲେସନ୍ସର ଆଞ୍ଚଳିକ କାର୍ଯ୍ୟାଳୟ । ଆସନ୍ତା ମାସଠାରୁ ଏହି କାର୍ଯ୍ୟାଳୟର ବଦଳିବ ଠିକଣା । କୋଲକାତାର ରବିନ୍ଦ୍ର ନାଥ ଟାଗୋର ବା କୋଲକାତା ସ୍ଥିତ ଜୋନ କାର୍ଯ୍ୟାଳୟ ହେବ ନୂଆ ଠିକଣା । ଏନେଇ ଆଇସିସିଆର ଷ୍ଟାଚୁଟାରୀ ବଡି ନିଷ୍ପତ୍ତି ନେଇଥିବା ସଂସ୍କୃତି ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ଆଇସିସିଆର ଆଞ୍ଚଳିକ ନିର୍ଦ୍ଦେଶକ ମିନାକ୍ଷୀ ମିଶ୍ର । ମାତ୍ର ନିଷ୍ପତ୍ତି ପଛର କାରଣ କଣ ଚିଠିରେ ଲେଖି ନାହାନ୍ତି । ଏହା ପଛର କାରଣ ହେଉଛି ଦୀର୍ଘ ଦିନ ଧରି ଏକ ସ୍ଥାୟୀ କାର୍ଯ୍ୟାଳୟ ପାଇଁ ଆବଶ୍ୟକ ଜମି ବିବାଦ । ୨୦୧୬ ମସିହା ଠାରୁ ଆବଶ୍ୟକ ଜମି ପାଇଁ ସାଧାରଣ ପ୍ରଶାସନ ସହ ସଂସ୍କୃତି ବିଭାଗକୁ ଚିଠି ଲେଖିଥିଲେ ମଧ୍ୟ ଏନେଇ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଉ ନଥିବାରୁ ଏମିତି ନିଷ୍ପତ୍ତି ନେଇଛି ବୈଦଶିକ ବ୍ୟାପାର ମନ୍ତ୍ରଣାଳୟ । ଏନେଇ ସଂସ୍କୃତି ମନ୍ତ୍ରୀ ନୂଆ କରି ଦାୟିତ୍ୱ ନେଇଥିବାରୁ ବିଶେଷ କିଛି ଜାଣି ନାହାନ୍ତି, ହେଲେ ସେ ଖୁବଶୀଘ୍ର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ୪ ବର୍ଷ ତଳେ ହିଁ କାର୍ଯ୍ୟାଳୟ ସ୍ଥାନାନ୍ତରଣ ପାଇଁ ସରକାରୀସ୍ତରରେ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ସେତେବେଳେ ହିଁ ଏହାକୁ ନେଇ ତୀବ୍ର ବିରୋଧ ଆଉ ପ୍ରତିବାଦ ଦେଖିବାକୁ ମିଳିଥିଲା । ଏମିତି କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ଆଇସିସିଆରକୁ ଚିଠି ଲେଖିବା ପରେ ନିଷ୍ପତ୍ତି ସ୍ଥଗିତ ରହିଥିଲା । ଏବେ କି;ୁ ହଠାତ ଏମିତି ନିଷ୍ପତ୍ତିକୁ ନେଇ ଖªା ସଂସ୍କୃତି ଗବେଷକ ଓ କଳାକାର ।




