ଲଘୁଚାପ ବର୍ଷାରେ ବୃଦ୍ଧି ପାଉଛି ହୀରାକୁଦ ଡ଼୍ୟାମ୍ ଜଳସ୍ତର, ଖୋଲିପାରେ ଆହୁରି ଗେଟ୍
ସମ୍ବଲପୁର: ସେପ୍ଟମ୍ବର ୨୧: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଏହାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭବାନା ଲାଗି ରହିଛି । ସେପଟେ ରାଜ୍ୟକୁ ଡରାଇଲାଣି ଆଉ ଦୁଇଟି ଲଘୁଚାପ । କାରଣ ଆସନ୍ତା ୨୫ତାରିଖରେ ପୂର୍ବ-କେନ୍ଦ୍ରୀୟ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ସର୍ବୋଚ୍ଚ ସ୍ତରରେ ପହଞ୍ଛିଚି । […]
ସମ୍ବଲପୁର: ସେପ୍ଟମ୍ବର ୨୧: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଏହାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭବାନା ଲାଗି ରହିଛି । ସେପଟେ ରାଜ୍ୟକୁ ଡରାଇଲାଣି ଆଉ ଦୁଇଟି ଲଘୁଚାପ । କାରଣ ଆସନ୍ତା ୨୫ତାରିଖରେ ପୂର୍ବ-କେନ୍ଦ୍ରୀୟ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ସର୍ବୋଚ୍ଚ ସ୍ତରରେ ପହଞ୍ଛିଚି ।
ହୀରାକୁଦର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ୍ ଥିବା ବେଲେ ମଙ୍ଗଳବାର ଜଳସ୍ତର ରହିଛି ୬୨୯ ଦଶମିକ ୪୭ ଫୁଟ । ତେବେ ଆଗକୁ ଯଦି ଉପର ମୁଣ୍ଡରେ ବର୍ଷା ହୁଏ ତେବେ ଜଳଭଣ୍ଡାରର ସ୍ଥିତିକୁ ଦେଖି କର୍ତ୍ତୃପକ୍ଷ ଆଉ ଗେଟ୍ ଖୋଲିବେ ନା ନାହିଁ, ସେନେଇ ନିଷ୍ପତ୍ତି ନେବେ । ତେବେ ଜଳଭଣ୍ଡାରୁ ଜଳ ପ୍ରବେଶ ଏବେବି ଅଧିକ ରହିଛି । ଯଦି ଉପର ମୁଣ୍ଡରେ ବର୍ଷା ହୁଏ, ତାହେଲେ ଜଳଭଣ୍ଡାରର ସ୍ଥିତିକୁ ଦେଖି ଗେଟ ଖୋଲାଯିବ ବୋଲି ହୀରାକୁଦ ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ।




