ବୋରୱେଲ ପାଣିରୁ ବାହାରୁଛି ସୁନାଗୁଣ୍ଡ !
ନଦୀ ବାଲିରୁ ସୁନା ବାହାରୁଥିବା କଥା ଶୁଣିଥିଲୁ I କିନ୍ତୁ ଏବେ ନଳକୂପ ପାଣିରୁ ବାହାରୁଛି ସୁନା ! କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଘଟିଛି ବଲାଙ୍ଗୀର ଅଞ୍ଚଳରେ I ଜଣେ ବ୍ୟକ୍ତି ନିଜ ଚାଷ ଜମିରେ ଖୋଳିଥିବା ଏକ ବୋରୱେଲ ପାଣିରୁ ସୁନା ଗୁଣ୍ଡ ବାହାରୁଥିବା ଜଣା ପଡିଛି I ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର […]
ନଦୀ ବାଲିରୁ ସୁନା ବାହାରୁଥିବା କଥା ଶୁଣିଥିଲୁ I କିନ୍ତୁ ଏବେ ନଳକୂପ ପାଣିରୁ ବାହାରୁଛି ସୁନା ! କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଘଟିଛି ବଲାଙ୍ଗୀର ଅଞ୍ଚଳରେ I ଜଣେ ବ୍ୟକ୍ତି ନିଜ ଚାଷ ଜମିରେ ଖୋଳିଥିବା ଏକ ବୋରୱେଲ ପାଣିରୁ ସୁନା ଗୁଣ୍ଡ ବାହାରୁଥିବା ଜଣା ପଡିଛି I ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି
ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ନିକଟ ନାନ୍ଦୁପଲା ଗାଁର ମହମ୍ମଦ ଜାଭେଦ ନାମକ ଜଣେ ବ୍ୟକ୍ତି ମାସେ ତଳେ ନିଜ ଚାଷ ଜମିରେ ଗଭୀର ନଳକୂପ ଖୋଳିଥିଲେ । ଗତ ୨ ଦିନ ପୂର୍ବରୁ ନଳକୂପରେ ମଟର ବସାଇ ପାଣି ମଡ଼ାଉଥିବା ସମୟରେ ପ୍ରଥମେ ଗୋଳିଆ ପାଣି ବାହାରିଥିଲା । ଏହପରେ ଜମିରେ ପାଣି ମଡ଼ାଇବା ବେଳେ ସେଥିରୁ ହଳଦିଆ ଚକଚକ କରୁଥିବା ପଦାର୍ଥ ଦେଖିବାକୁ ପାଇଥିଲେ । ତେବେ ସେହି ପାଣିକୁ ଛାଣିବା ପରେ ସୁନାଗୁଣ୍ଡ ହୋଇଥିବ ବୋଲି ସନ୍ଦେହ କରିଥିଲେ Iଏକଥା ପ୍ରଚାର ହେବା ପରେ ଖପ୍ରାଖୋଲ ବିଡ଼ିଓ, ତହସିଲଦାର ଓ ଥାନାଧିକାରୀ ପହଞ୍ଚି ତଦନ୍ତ କରିବା ସହ ପରୀକ୍ଷା ପାଇଁ ପଠାଇଛନ୍ତି । ତେବେ ବଖବର ଲେଖାଯିବା ପର୍ଯ୍ୟନ୍ତ ଏହି ଘଟଣାର ସତ୍ୟାସତ୍ୟ ଜଣାପଡି ନାହିଁ I
ସୂଚନାଯୋଗ୍ୟ ଯେ, ଗନ୍ଧମାର୍ଦ୍ଦନ ପାହାଡ଼ରେ ବକ୍ସାଇଟ, ମାଙ୍ଗାନିଜ, ଲୌହପଥର ଆଦି ମୂଲ୍ୟବାନ ଖଣିଜ ପଦାର୍ଥ ରହିଛି।
ଏହି ପରିପ୍ରେକ୍ଷୀରେ ସୁନା ଏଠାରେ ଥାଇପାରେ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି।




