ସଙ୍କଟାପନ୍ନ ଅବସ୍ତାରେ ଯୁବତୀ ଉଦ୍ଧାର
ସମୟ ଲାଇଭ,୭/୧୧: ସ୍ମାର୍ଟସିଟି ରାଜଧାନୀରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। ଚୋରି ଡକାୟତି ସାଙ୍ଗକୁ ଛିନତାଇ ରାହାଜାନି ଓ ମହିଳା ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନବାଚି। ଏବେ ଆଉ ଏକ ସମ୍ବେଦନଶୀଳ ଘଟଣା ଘଟିଛି ଭୁବନେଶ୍ୱରରେ। ଗତକାଲି ବିଳମ୍ବିତ ରାତିରେ ଜଣେ ଜୈନିକା ଯୁବତୀଙ୍କୁ କିଛି ଯୁବକ ଦୁଷର୍ମ କରି ଖୋର୍ଦ୍ଧା ପିଏନ୍ କଲେଜ ନିକଟରେ ଅତି ମୁମୂର୍ଷୁ ଅବସ୍ତାରେ ଫିଙ୍ଗିଦେବା ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ପିଡିତା ଜଣକ ଥାନାରେ ଏତେଲା ଦେଇଥିବା ଜଣାପଡିଛି। […]
ସମୟ ଲାଇଭ,୭/୧୧: ସ୍ମାର୍ଟସିଟି ରାଜଧାନୀରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। ଚୋରି ଡକାୟତି ସାଙ୍ଗକୁ ଛିନତାଇ ରାହାଜାନି ଓ ମହିଳା ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନବାଚି। ଏବେ ଆଉ ଏକ ସମ୍ବେଦନଶୀଳ ଘଟଣା ଘଟିଛି ଭୁବନେଶ୍ୱରରେ। ଗତକାଲି ବିଳମ୍ବିତ ରାତିରେ ଜଣେ ଜୈନିକା ଯୁବତୀଙ୍କୁ କିଛି ଯୁବକ ଦୁଷର୍ମ କରି ଖୋର୍ଦ୍ଧା ପିଏନ୍ କଲେଜ ନିକଟରେ ଅତି ମୁମୂର୍ଷୁ ଅବସ୍ତାରେ ଫିଙ୍ଗିଦେବା ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ପିଡିତା ଜଣକ ଥାନାରେ ଏତେଲା ଦେଇଥିବା ଜଣାପଡିଛି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି। ତେବେ ଏହିଘଟଣରରେ ଜଣକୁ ଗିରଫ କରାଯାଇଛି ବୋଲି କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି। ଏହି ଘଟଣାରେ ଖୋର୍ଦ୍ଧା ପୋଲିସ ପିଡିତାଙ୍କ ବୟାନ ରେକର୍ଡ କରିବା ସହ ଅଧିକ ତଦନ୍ତ ଚଳାଇଛି। ଯୁବତୀଙ୍କ ଘର ନୟାଗଡ ଗଣିଆ ଅଞ୍ଚଳରେ ବୋଲି ଜଣାପଡିଛି ସେ ଖୋର୍ଦ୍ଧାରେ ଏକ ଭଡା ଘରେ ରହୁଥିଲେ ।

Tags:




