ଖଣ୍ଡଗିରିରେ ‘ଗାନ୍ଧୀ ଶାନ୍ତି କେନ୍ଦ୍ର’

ସମୟ ଲାଇଭ୍‍,୨୨/୨: ଆଜି ଭୁବନେଶ୍ୱର ଖଣ୍ଡଗିରିରେ ‘ଗାନ୍ଧୀ ଶାନ୍ତି କେନ୍ଦ୍ର’ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖଣ୍ଡଗିରି ଓ ଉଦୟଗିରି ପାହାଡର ପାଦଦେଶରେ ୫ ଏକର ପରିବ୍ୟାପ୍ତ ଅଞ୍ଚଳରେ ଏହି ସଂଗ୍ରହାଳୟ ନିର୍ମାଣ କରାଯାଇଛି। ଆଦିତ୍ୟ ବିର୍ଲା ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ସଂଗ୍ରହାଳୟକୁ ନିର୍ମାଣ କରାଯାଇଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତ୍ରୀ ଅବସରରେ ଏହି ସଂଗ୍ରହାଳୟକୁ ନିର୍ମାଣ କରାଯାଇଛି ବୋଲି ଆଦିତ୍ୟ ବିର୍ଲା ଗ୍ରୁପ୍ ପକ୍ଷରୁ […]

Samaya Live Picture
Published On

ସମୟ ଲାଇଭ୍‍,୨୨/୨: ଆଜି ଭୁବନେଶ୍ୱର ଖଣ୍ଡଗିରିରେ ‘ଗାନ୍ଧୀ ଶାନ୍ତି କେନ୍ଦ୍ର’ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖଣ୍ଡଗିରି ଓ ଉଦୟଗିରି ପାହାଡର ପାଦଦେଶରେ ୫ ଏକର ପରିବ୍ୟାପ୍ତ ଅଞ୍ଚଳରେ ଏହି ସଂଗ୍ରହାଳୟ ନିର୍ମାଣ କରାଯାଇଛି। ଆଦିତ୍ୟ ବିର୍ଲା ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ସଂଗ୍ରହାଳୟକୁ ନିର୍ମାଣ କରାଯାଇଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତ୍ରୀ ଅବସରରେ ଏହି ସଂଗ୍ରହାଳୟକୁ ନିର୍ମାଣ କରାଯାଇଛି ବୋଲି ଆଦିତ୍ୟ ବିର୍ଲା ଗ୍ରୁପ୍ ପକ୍ଷରୁ କୁହାଯାଇଛି। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବା ସହିତ ଏହାକୁ ବୁଲି ଦେଖିଥିଲେ।

ଏହି ସଂଗ୍ରହାଳୟରେ ଲୋକମାନେ ଗାନ୍ଧୀଙ୍କ ନୀତି, ଆଦର୍ଶ ବିଷୟରେ ଅବଗତ କରିବା ସହ ଯୁବପିଢିଙ୍କ ଅହିଂସା ନୀତି ଆଡକୁ ଅଗ୍ରସର କରାଇବାରେ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏଠାରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ କିଛି ସମୟ କାଟିବା ସହିତ ଫଟୋ ମଧ୍ୟ ଉଠାଇଥିଲେ। ସଂଗ୍ରହାଳୟଟି ସୋମବାର ବ୍ୟତୀତ ସପ୍ତାହର ଅନ୍ୟ ସମସ୍ତ ଦିନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସମସ୍ତ ବର୍ଗର ଲୋକମାନେ ଏହାକୁ ବୁଲି ଦେଖିପାରିବେ। ଏହି ସଂଗ୍ରହାଳୟକୁ ବୁଲି ଦେଖିବା ଦ୍ୱାରା ଗାନ୍ଧୀଜୀଙ୍କ ଜୀବନୀ, ଆଦର୍ଶ ଓ ମୂଲ୍ୟବୋଧ ସମ୍ପର୍କରେ ବିଶେଷ ସୂଚନା ମିଳିପାରିବ ବୋଲି କୁହାଯାଇଛି।

Tags: