ରାଜ୍ୟସ୍ତରୀୟ ଏସ୍. ଡି. ସି ଫୁଟବଲ ପାଇଁ ଗଜପତି ଜିଲ୍ଲାର ଦଳ ପ୍ରସ୍ତୁତି

ସମୟ ଲାଇଭ୍‍,୧୪/୨(ଗରୁଡ଼ଧ୍ୱଜ ଚୌଧୁରୀ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଫୁଟବଲ ପ୍ରତିଯୋଗିତା ପାଇଁ ଗଜପତି ଦଳ କିପରି ପ୍ରସ୍ତୁତ କରାଯିବ ତାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସ୍ବତନ୍ତ୍ର ଉନ୍ନୟନ ପରିଷଦ ଦ୍ବାରା ଅନୁଷ୍ଠାତ ହେବାକୁ ଥିବା ଏହି ଫୁଟବଲ ପ୍ରତିଯୋଗିତା କେବଳ ଜନଜାତି ବର୍ଗର ଖେଳାଳିଙ୍କ ପାଇଁ ଉଦ୍ଧିଷ୍ଟ ଅଟେ। ଏଥିପାଇଁ ଗଜପତି ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି […]

Samaya Live Picture
Published On

ସମୟ ଲାଇଭ୍‍,୧୪/୨(ଗରୁଡ଼ଧ୍ୱଜ ଚୌଧୁରୀ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଫୁଟବଲ ପ୍ରତିଯୋଗିତା ପାଇଁ ଗଜପତି ଦଳ କିପରି ପ୍ରସ୍ତୁତ କରାଯିବ ତାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସ୍ବତନ୍ତ୍ର ଉନ୍ନୟନ ପରିଷଦ ଦ୍ବାରା ଅନୁଷ୍ଠାତ ହେବାକୁ ଥିବା ଏହି ଫୁଟବଲ ପ୍ରତିଯୋଗିତା କେବଳ ଜନଜାତି ବର୍ଗର ଖେଳାଳିଙ୍କ ପାଇଁ ଉଦ୍ଧିଷ୍ଟ ଅଟେ। ଏଥିପାଇଁ ଗଜପତି ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ୧୪ ଫେବୃଆରୀ ଠାରୁ ୨୦ ଫେବୃଆରୀ ପର୍ୟ୍ୟନ୍ତ ପୁରୁଷ ମାନଙ୍କ ପାଇଁ ଏକ ଚୟନ ଶିବିର ଅନୁଷ୍ଠିତ ହୋଇ ସେଥିରୁ ୨୦ ଜଣିଆ ଟିମ ଚୟନ କରାଯିବ ସେହିପରି ଭାବରେ ୧୬ ଫେବୃଆରୀ ଠାରୁ ୨୦ ଫେବୃଆରୀ ପର୍ୟ୍ୟନ୍ତ ମହିଳା ମାନଙ୍କ ପାଇଁ ଏକ ଚୟନ ଶିବିର ଅନୁଷ୍ଠିତ ହୋଇ ସେଥିରୁ ମଧ୍ୟ ଏକ ୨୦ ଜଣିଆ ଟିମ ଚୟନ କରାଯିବ। ଏହି ଖେଳାଳୀ ମାନଙ୍କ ପାଇଁ ସର୍ବ ନିମ୍ନ ବୟଷ ସିମା ୧୭ରୁ ସର୍ବାଧିକ ୩୫ ବର୍ଷ ବୟସ ସୀମା ରଖାଯାଇଥିବା ଜଣାପଡିଛି।

ଚୟନ ହୋଇଥିବା ଟିମ ଫୁଲବାଣୀ ଜିଲ୍ଲାକୁ ଲିଗ୍ ମ୍ୟାଚ ଖେଳିବାକୁ ପଟାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଜିଲ୍ଲାରୁ ବିଭିନ୍ନ ବ୍ଲକରୁ ଫୁଟବଲ ପ୍ରତୀଭା ମାନେ ଏହି ପକ୍ରୀୟାରେ ଅଂଶ ଗ୍ରହଣ କରିବା ପାଇଁ ଜିଲ୍ଲା କ୍ରୀଡ଼ା ବିଭାଗ , ସମନିତ୍ୟ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ସମନିତ୍ୟ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସୋରର କୁମାର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Tags: