ପଞ୍ଚାୟତ ସମିତି ସଭା ଗୃହରେ ଅଗ୍ନିକାଣ୍ଡ
ସମୟ ଲାଇଭ, 29/4(ଖଗେଶ୍ୱର ଦାଶ ): ଆଜି ପୂର୍ବାହ୍ନ ପ୍ରାୟ ଦଶଟା ବେଳେ ପାଲଲହଡା ଟାଉନ ମଧ୍ୟସ୍ଥଳରେ ଅବସ୍ଥିତ ପଂଚାୟତ ସମିତି ସଭାଗୃହ ଠାରେ ବିଦ୍ୟୁତ ସର୍ଟ ସର୍କିଟ ଘଟି କୋଠା ଭିତରେ ଥିବା ସମସ୍ତ ସମ୍ପତି ଜଳି ପୋଡି ପାଉଁଶ ହୋଇଯାଇଥିବାର ଦେଖା ଯାଇଛି | ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ | ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ପରେ […]
ସମୟ ଲାଇଭ, 29/4(ଖଗେଶ୍ୱର ଦାଶ ): ଆଜି ପୂର୍ବାହ୍ନ ପ୍ରାୟ ଦଶଟା ବେଳେ ପାଲଲହଡା ଟାଉନ ମଧ୍ୟସ୍ଥଳରେ ଅବସ୍ଥିତ ପଂଚାୟତ ସମିତି ସଭାଗୃହ ଠାରେ ବିଦ୍ୟୁତ ସର୍ଟ ସର୍କିଟ ଘଟି କୋଠା ଭିତରେ ଥିବା ସମସ୍ତ ସମ୍ପତି ଜଳି ପୋଡି ପାଉଁଶ ହୋଇଯାଇଥିବାର ଦେଖା ଯାଇଛି | ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ | ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା | ଏହି ନିଆଁ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଘଟିଥିବାର ଅନୁମାନ କରାଯାଉଛି | ଗତ ଦୁଇଦିନ ତଳେ ବ୍ଲକ କଲୋନୀ ରେ ରହୁଥିବା ବ୍ଲକ କମ୍ପୁଟର ବିଭାଗ ର ଡାଟା ଏଣ୍ଟ୍ରି ଅପେରଟର ମାନସ ବିଶ୍ୱାଳ ଙ୍କ ସରକାରୀ ବାସଭବନରେ ମଧ୍ୟ ବିଦ୍ୟୁତ ସାର୍ଟ ସର୍କିଟ ଯୋଗୁଁ ପିନ୍ଧିଥିବା ବସ୍ତ୍ର ବ୍ୟତୀତ ଅନ୍ୟ ସମସ୍ତ ଜିନିଷ ଓ ଧନ ସମ୍ପତ୍ତି ପୋଡି ପାଉଁଶ ହୋଇଯିବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ପୁନଶ୍ଚ ଆଜି ସମିତି ସଭାଗୃହ ସେହିପରି ଭାବେ ପୋଡି ଛାର ଖାର ହୋଇଯିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି |
Tags:




