ଆଶଙ୍କାରେ ବାଣ ବ୍ୟବସାୟୀ

ସମୟ ଲାଇଭ୍‍,୨୩/୧୦: ଦୀପାବଳି ପାଖେଇ ଆସୁଥିବାବେଳେ କମିଶନରେଟ ପୋଲିସ୍‍ ପକ୍ଷରୁ ଜାରି କରାଯାଇଥିବା କଟକଣାକୁ ନେଇ ବାଣ ବ୍ୟବସାୟୀ ଆଶଙ୍କାରେ ରହିଛନ୍ତି। କଟକରେ ୩୫୦ରୁ ଅଧିକ ଅସ୍ଥାୟୀ ବାଣ ଦୋକାନକୁ ଅନୁମତି ଦେବାକୁ କମିଶନରେଟ ପୋଲିସ୍‍ ନିଷ୍ପତ୍ତି ନେଇଛି। କମିଶନରେଟ ପୋଲିସ୍‍ ନିକଟରେ ପ୍ରାୟ ୧୬୦ ବାଣ ବ୍ୟବସାୟୀ ଏପର୍ଯ୍ୟନ୍ତ ଆବେଦନ କରିଛନ୍ତି। କଟକଣା ଅନୁଯାୟୀ, ଗୋଟିଏ ସ୍ଥାନରେ ସର୍ବାଧିକ ୫୦ଟି ବାଣ ଦୋକାନ ଖୋଲାଯାଇପାରିବ। ବାଣ ଦୋକାନଗୁଡ଼ିକ ସର୍ବାଧିକ ୧୦ରୁ ୧୨ ବର୍ଗମିଟର ପରିମିତ ଅ […]

Samaya Live Picture
Published On

ସମୟ ଲାଇଭ୍‍,୨୩/୧୦: ଦୀପାବଳି ପାଖେଇ ଆସୁଥିବାବେଳେ କମିଶନରେଟ ପୋଲିସ୍‍ ପକ୍ଷରୁ ଜାରି କରାଯାଇଥିବା କଟକଣାକୁ ନେଇ ବାଣ ବ୍ୟବସାୟୀ ଆଶଙ୍କାରେ ରହିଛନ୍ତି। କଟକରେ ୩୫୦ରୁ ଅଧିକ ଅସ୍ଥାୟୀ ବାଣ ଦୋକାନକୁ ଅନୁମତି ଦେବାକୁ କମିଶନରେଟ ପୋଲିସ୍‍ ନିଷ୍ପତ୍ତି ନେଇଛି।
କମିଶନରେଟ ପୋଲିସ୍‍ ନିକଟରେ ପ୍ରାୟ ୧୬୦ ବାଣ ବ୍ୟବସାୟୀ ଏପର୍ଯ୍ୟନ୍ତ ଆବେଦନ କରିଛନ୍ତି।
କଟକଣା ଅନୁଯାୟୀ, ଗୋଟିଏ ସ୍ଥାନରେ ସର୍ବାଧିକ ୫୦ଟି ବାଣ ଦୋକାନ ଖୋଲାଯାଇପାରିବ।
ବାଣ ଦୋକାନଗୁଡ଼ିକ ସର୍ବାଧିକ ୧୦ରୁ ୧୨ ବର୍ଗମିଟର ପରିମିତ ଅ ଳରେ ହୋଇପାରିବ। ଅସ୍ଥାୟୀ ବାଣ ଦୋକାନ ଗୁଡ଼ିକ ମଧ୍ୟରେ ସର୍ବନିମ୍ନ ୩ ମିଟର ଦୂରତ୍ୱ ଅବଲମ୍ବନ କରାଯିବ। ମୁଖ୍ୟ ରାସ୍ତାଠାରୁ ୫୦ ମିଟରେ ବାଣ ଷ୍ଟଲ ଖୋଲାଯାଇପାରିବ।
ସେହିପରି ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଦୀପାବଳିରେ ରାତି ୮ଟାରୁ ୧୦ଟା , ଦୁଇଘ। ବାଣ ଫୁଟାଇପାରିବେ। ବଡ଼ଦିନ ଓ ନୂଆବର୍ଷ ଅବସରରେ ରାତି ୧୧.୫୫ରୁ ୧୨.୩୦ ପର୍ଯ୍ୟନ୍ତ ବାଣ ଫୁଟିବ।

Tags: