ମର୍ମନ୍ତୁଦ ବସ ଦୁର୍ଘଟଣା,୨ ମୃତ ୭ ଆହତ

ରାଉରକେଲା : ଆଜି ସକାଳୁ ସକାଳୁ ରାଉରକେଲା ଠାରେ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I ଭୁବନେଶ୍ୱରରୁ ରାଉରକେଲା ଆସୁଥିବା “ପ୍ରଭା” ନାମକ ବସ୍ ଟି ଆଜି ଭୋର୍ ୪.୧୦ ସମୟରେ ଚାନ୍ଦିପୋଷ ନିକଟରେ ଏକ ହାଇୱାକୁ ପଛପଟୁ ଧକ୍କା ଦେଇଥିଲା I ଏଥିରେ ବସ ମାଲିକଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି I ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ସହ ଆହତମାନଙ୍କୁ ପୁଲିସ ଓ ସ୍ଥାନୀୟ […]

Samaya Live Picture
Published On

ରାଉରକେଲା : ଆଜି ସକାଳୁ ସକାଳୁ ରାଉରକେଲା ଠାରେ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I ଭୁବନେଶ୍ୱରରୁ ରାଉରକେଲା ଆସୁଥିବା “ପ୍ରଭା” ନାମକ ବସ୍ ଟି ଆଜି ଭୋର୍ ୪.୧୦ ସମୟରେ ଚାନ୍ଦିପୋଷ ନିକଟରେ ଏକ ହାଇୱାକୁ ପଛପଟୁ ଧକ୍କା ଦେଇଥିଲା I ଏଥିରେ ବସ ମାଲିକଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି I ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ସହ ଆହତମାନଙ୍କୁ ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟନାନୁସାରେ ଭୁବନେଶ୍ୱର ରୁ ରାଉରକେଲା ଆସୁଥିବା ‘ପ୍ରଭା’ବସ୍‌ ଡ୍ରାଇଭରଙ୍କ ଆଖି ଲାଗିଯିବା ଯୋଗୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରଯାଉଛି। ବସ୍‌ଟି ଚାନ୍ଦିପୋଷ ଖୁସବୁ ଢ଼ାବା ପାଖରେ ଛିଡ଼ା ହୋଇଥିବା ହାଇୱାକୁ ଧକ୍କା ଦେବାରୁ ଏଭଳି ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ରାଉରକେଲାର ବସ୍ ମାଲିକ ସତ୍ୟ ପ୍ରକାଶ ନାୟକଙ୍କ ସହ ଜଣେ ୧୨/୧୩ ବର୍ଷର ନାବାଳିକା ଓ ତାଙ୍କ ମା’ ଅଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି I

Tags: