ଫାଲକନ୍‍ରେ ଶତାଧିକ କର୍ମଚାରୀ ଅସୁସ୍ଥ ଘଟଣା;

ସମୟ ଲାଇଭ୍‍,୧୪/୧୧:  ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ାସ୍ଥିତ ଫାଲକନ୍‍ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ କ୍ଲୋରିନ୍‍ ଗ୍ୟାସ୍‍ ଲିକ୍‍ ହୋଇ ଶତାଧିକ କର୍ମଚାରୀ ଅସୁସ୍ଥ ହେବା ଘଟଣାରେ ୬ଜଣଙ୍କୁ ଅଟକ ରାଖାଯାଇଛି। ଏହାସହ ପ୍ଲାଣ୍ଟରୁ ସମସ୍ତ କର୍ମଚାରୀଙ୍କୁ ବାହାର କରାଯିବା ସହ କମ୍ପାନୀ ସିଲ୍‍ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ତେବେ ଚିକିତ୍ସାଧୀନ ଅବସ୍ଥାରେ ଥିବା ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, ଗତକାଲି ଚିଙ୍ଗୁଡ଼ି ପ୍ରୋସେସିଂ ସମୟରେ ପ୍ଲାଣ୍ଟରେ କେ୍‍ଊାରିନ୍‍ ଗ୍ୟାସ୍‍ ନିର୍ଗତ […]

Samaya Live Picture
Published On

ସମୟ ଲାଇଭ୍‍,୧୪/୧୧:  ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ାସ୍ଥିତ ଫାଲକନ୍‍ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ କ୍ଲୋରିନ୍‍ ଗ୍ୟାସ୍‍ ଲିକ୍‍ ହୋଇ ଶତାଧିକ କର୍ମଚାରୀ ଅସୁସ୍ଥ ହେବା ଘଟଣାରେ ୬ଜଣଙ୍କୁ ଅଟକ ରାଖାଯାଇଛି। ଏହାସହ ପ୍ଲାଣ୍ଟରୁ ସମସ୍ତ କର୍ମଚାରୀଙ୍କୁ ବାହାର କରାଯିବା ସହ କମ୍ପାନୀ ସିଲ୍‍ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ତେବେ ଚିକିତ୍ସାଧୀନ ଅବସ୍ଥାରେ ଥିବା ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ଗତକାଲି ଚିଙ୍ଗୁଡ଼ି ପ୍ରୋସେସିଂ ସମୟରେ ପ୍ଲାଣ୍ଟରେ କେ୍‍ଊାରିନ୍‍ ଗ୍ୟାସ୍‍ ନିର୍ଗତ ହେବା ଫଳରେ ପ୍ରାୟ ୧୨୦ ଜଣ କର୍ମଚାରୀ ଅସୁସ୍ଥ ହୋଇପଡ଼ିଥିଲେ। କେହି କେହି ବାନ୍ତି ମଧ୍ୟ କରିଥିଲେ। ପରେ ଆମ୍ବୁଲାନ୍ସ ଓ ପ୍ଲାଣ୍ଟ ବସ୍‍ ସାହାଯ୍ୟରେ ଆହତଙ୍କୁ ମେଡ଼ିକାଲ ନିଆଯାଇଥିଲା।

Tags: