ସମାନ ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ ସାରା ରାଜ୍ୟର ଛାତ୍ରଛାତ୍ରୀ

ସମୟ ଲାଇଭ୍‍,୨୨/୧୦: ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପରୀକ୍ଷା ଢ଼ାଞ୍ଚାରେ ବଡ଼ ପରିବର୍ତ୍ତନ ଅଣାଯାଇଛି। ଏଣିକି ରାଜ୍ୟର ଏହି ସମସ୍ତ ବିଦ୍ୟାଳୟଗୁଡ଼ିକରେ ଏକକ ପରୀକ୍ଷା କରାଯିବ। ସେହିପରି ନଭେମ୍ବର ମାସରେ ଅର୍ଦ୍ଧବାର୍ଷିକ ଓ ମାର୍ଚ୍ଚ ମାସରେ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ। ସାରା ରାଜ୍ୟରେ ସମାନ ଦିନ ଓ ସମାନ ପ୍ରଶ୍ନପତ୍ରରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ତେବେ […]

Samaya Live Picture
Published On

ସମୟ ଲାଇଭ୍‍,୨୨/୧୦: ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପରୀକ୍ଷା ଢ଼ାଞ୍ଚାରେ ବଡ଼ ପରିବର୍ତ୍ତନ ଅଣାଯାଇଛି। ଏଣିକି ରାଜ୍ୟର ଏହି ସମସ୍ତ ବିଦ୍ୟାଳୟଗୁଡ଼ିକରେ ଏକକ ପରୀକ୍ଷା କରାଯିବ। ସେହିପରି ନଭେମ୍ବର ମାସରେ ଅର୍ଦ୍ଧବାର୍ଷିକ ଓ ମାର୍ଚ୍ଚ ମାସରେ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ। ସାରା ରାଜ୍ୟରେ ସମାନ ଦିନ ଓ ସମାନ ପ୍ରଶ୍ନପତ୍ରରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ତେବେ ରାଜ୍ୟର ୪୬ ଲକ୍ଷ ପରୀକ୍ଷାର୍ଥୀ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପରୀକ୍ଷା ଦେବେ। ତେବେ ଆସନ୍ତା ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଷ୍ମାଣାସିକ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇସାରିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ମିଳିଛି।
ସେହିପରି ପରୀକ୍ଷାଖାତାର ମୂଲ୍ୟାୟନ ଜିଲ୍ଳାସ୍ତରରେ କରାଯିବ।

Tags: