ଦୋଳ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ବଲାଙ୍ଗିର : ସ୍ଥାନୀୟ ଯାଦବ ଭବନ ପରିସରରେ ଚଳିତ ବର୍ଷ ପାଇଁ ଆୟୋଜନ ହେବାକୁ ଥିବା ଦୋଳ ମହୋତ୍ସବ ପାଇଁ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଦବ ସମାଜର ପୌରାଞ୍ଚଳ ସଭାପତି ପଙ୍କଜ ସେଲମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଅରକ୍ଷିତ ଜୁଏଡ, ଜିଲା ମୁଖ୍ୟ ଉପଦେଷ୍ଟା ଅଧ୍ୟାପକ ଛବିଳ ବଗର୍ତ୍ତୀ, ପୂର୍ବତନ ଜିଲା ଉପ ସଭାପତି ବସୁଦେବ ନାଗ,କାର୍ଯ୍ୟକାରୀ ସଭାପତି ଦୂତିବାହନ ଚନ୍ଦନ,ସାଂସ୍କୃତିକ ଶୋଭାଯାତ୍ରା ସଭାପତି ବରୁଣ ହେର୍ଣ୍ଣା, ଦୋଳମହୋତ୍ସବ କାର୍ଯ୍ୟକ୍ରମ […]
ବଲାଙ୍ଗିର : ସ୍ଥାନୀୟ ଯାଦବ ଭବନ ପରିସରରେ ଚଳିତ ବର୍ଷ ପାଇଁ ଆୟୋଜନ ହେବାକୁ ଥିବା ଦୋଳ ମହୋତ୍ସବ ପାଇଁ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଦବ ସମାଜର ପୌରାଞ୍ଚଳ ସଭାପତି ପଙ୍କଜ ସେଲମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଅରକ୍ଷିତ ଜୁଏଡ, ଜିଲା ମୁଖ୍ୟ ଉପଦେଷ୍ଟା ଅଧ୍ୟାପକ ଛବିଳ ବଗର୍ତ୍ତୀ, ପୂର୍ବତନ ଜିଲା ଉପ ସଭାପତି ବସୁଦେବ ନାଗ,କାର୍ଯ୍ୟକାରୀ ସଭାପତି ଦୂତିବାହନ ଚନ୍ଦନ,ସାଂସ୍କୃତିକ ଶୋଭାଯାତ୍ରା ସଭାପତି ବରୁଣ ହେର୍ଣ୍ଣା, ଦୋଳମହୋତ୍ସବ କାର୍ଯ୍ୟକ୍ରମ ସଂଯୋଜକ ପ୍ରଶାନ୍ତ ମହାକୁର ମଞ୍ଚାସୀନ ହୋଇଥିଲେ । ଗତ ବର୍ଷର ଆୟବ୍ୟୟର ବିବରଣୀ ସହ ସମ୍ପାଦକ ଅଷ୍ଟମୀ ବଗର୍ତ୍ତୀ ପ୍ରଦାନ କରିଥିଲେ । ଗତ ଦୁଇ ବର୍ଷ ହେଲା କୋଭିଡ୍ ଯୋଗୁଁ ଦୋଳମହୋତ୍ସବ ସିମୀତ ଲୋକଙ୍କ ମଧ୍ୟରେ ଆୟୋଜନ ହୋଇଥିଲା । ଚଳିତ ବର୍ଷ ୨୫ ବର୍ଷ ପୂରଣ ହୋଇଥିବା ବେଳେ ୨୬ ବର୍ଷ ପାଳନ ହେବାକୁ ଯାଉଛି । ତେଣୁ ଏହି ରୌପ୍ୟ ଜୟନ୍ତୀ ଅବସରରେ ଏହାକୁ ଧୁମ୍ଧୁମାରେ ପାଳନ କରିବାକୁ ଯାଦବ ସମାଜର ବୈଠକରେ ମତପ୍ରକାଶ ପାଇଥିଲା । ରୌପ୍ୟ ଜୟନ୍ତୀ ପାଇଁ ଏକ ସ୍ମରଣିକା ପ୍ରକାଶ କରିବାକୁ ସର୍ବସମ୍ମିତିକ୍ରମେ ନିଷ୍ପତ୍ତି ହୋଇଥିଲା ।

ଦୋଳମହୋତ୍ସବ,ଯାଦବଙ୍କ ଗୌଡ଼ ବାଡି ତଥା ହୋଲି ଖେଳ ସମ୍ପର୍କିତ ଲେଖା ଆସନ୍ତା ମାର୍ଚ୍ଚ ୫ ତାରିଖ ସୁଦ୍ଧା ଦେବାକୁ ଆହ୍ୱାନ କରାଯାଇଛି । ତେବେ ଆସନ୍ତା ମାର୍ଚ୍ଚ ୧୭ ତାରିଖରେ ଦେବ ନିମନ୍ତ୍ରଣ,କଳସ ଶୋଭାଯାତ୍ରା ହେବାକୁ ଥିବା ବେଳେ ଉକ୍ତ ଦିନ ବ୍ୟଙ୍ଗ କବିତା ଆସର ସହ ଦୋଳମହୋତ୍ସବ ପାଇଁ ପ୍ରସ୍ତୁତ ହୋଇଥିବା ସ୍ମରଣିକା ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ମାର୍ଚ୍ଚ ୧୮ ତାରିଖ ଦିନ ସାଂସ୍କୃତିକ ଶୋଭାଯାତ୍ରା ସହ ସହରର ମଧ୍ୟସ୍ଥଳରେ ଗୌଉଡ଼ ବାଡିଖେଳର ଆୟୋଜନ କରାଯିବାକୁ ଥିବା ବେଳେ ବୀଣାକାଳିଆ ଦଳ,ଶଙ୍ଖ ଦଳ,ଘଣ୍ଟ ଦଳ ଶୋଭାଯାତ୍ରାରେ ସାମିଲ ହେବେ ।
ଏହି ପ୍ରସ୍ତୁତି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଦୟାସାଗର ବଗର୍ତ୍ତୀ,କାଳିନ୍ଦ୍ରୀ ହାତୀ, ବିରେନ୍ଦ୍ର ବନଛୋର,ଖରତମଲ ରାଉତ,ଦିଗାମ୍ବର ମାଝୀ, ଜୟଦେବ ଜାଲ, ଜୟଦେବ ଜାଲ, ରତ୍ନାକର ଗହୀର, ଇଶ୍ୱର ବାଗ, ଶଙ୍କର ପୋଢ,କିଶୋର ଜାଲ,ଆକୁଳ ବଗର୍ତ୍ତୀ,ହୃଷିକେଶ ବନଛୋର,ଘାସିରାମ ଦୀପ,ଫଗୁ ଜାଲ,ରବୀନ୍ଦ୍ର ଠେଟୁଆଲ,ହରିଶଙ୍କର ଛତ୍ରିଆ,ଦିବାକର ପୋଢ,କବିରାଜ ଭୋଇ,ବିନୋଦ କାଲସାଏ ପ୍ରମୁଖ ଉପସ୍ଥିତ ଥିଲେ ।




