ଏମିତି କର;ୁ ସକାଳର ଆରମ୍ଭ

କୁହାଯାଏ ସକାଳର ଆରମ୍ଭ ଭଲରେ ହେଲେ ପୁରା ଦିନଟି ଭଲରେ କଟିଥାଏ । ସୁସ୍ଥ ମାନସିକତା ଓ ନିରୋଗ ଶରୀର ହିଁ ଏକ ସୁଖମୟ ସକାଳ ଆଣି ଦେଇଥାଏ । ଦେହ ଓ ମନ ସୁସ୍ଥ ରଖିବା ପାଇଁ ସକାଳର ଆରମ୍ଭ କିପରି କରିବେ ଆସ;ୁ ଜାଣିନେବା । ବିଛଣାରୁ ଧୀରେ ଧୀରେ ଉଠ;ୁ: ସକାଳୁ ସକାଳୁ ଆମ ମନ ଓ ଶରୀର ଶାନ୍ତ ରହିଥାଏ । ତେଣୁ ସକାଳୁ ବିଛଣାରୁ ଉଠିବା ସମୟରେ ହଠାତ୍‌ ଉଠି […]

Samaya Live Picture
Published On

କୁହାଯାଏ ସକାଳର ଆରମ୍ଭ ଭଲରେ ହେଲେ ପୁରା ଦିନଟି ଭଲରେ କଟିଥାଏ । ସୁସ୍ଥ ମାନସିକତା ଓ ନିରୋଗ ଶରୀର ହିଁ ଏକ ସୁଖମୟ ସକାଳ ଆଣି ଦେଇଥାଏ । ଦେହ ଓ ମନ ସୁସ୍ଥ ରଖିବା ପାଇଁ ସକାଳର ଆରମ୍ଭ କିପରି କରିବେ ଆସ;ୁ ଜାଣିନେବା ।

ବିଛଣାରୁ ଧୀରେ ଧୀରେ ଉଠ;ୁ:

ଏମିତି କର;ୁ ସକାଳର ଆରମ୍ଭ

ସକାଳୁ ସକାଳୁ ଆମ ମନ ଓ ଶରୀର ଶାନ୍ତ ରହିଥାଏ । ତେଣୁ ସକାଳୁ ବିଛଣାରୁ ଉଠିବା ସମୟରେ ହଠାତ୍‌ ଉଠି ପଡ;ୁ ନାହିଁ । ଉଠିବା ପୂର୍ବରୁ କିଛି ସମୟ ଭଲଭାବେ ଶରୀରକୁ ଏପଟ ସେପଟ କରି ଉଠିବାକୁ ଚେଷ୍ଟା କରିବେ । ହାତ ଓ ଗୋଡକୁ ଆସ୍ତେ ଆସ୍ତେ ସିଧାକର;ୁ ଓ ଏହାର କିଛିସମୟ ପରେ ବେଡ୍‌ରୁ ଧୀରେ ଧୀରେ ଉଠ;ୁ । ଯଦି ଆପଣ ହଠାତ୍‌ ବେଡ୍‌ରୁ ଉଠି ପଡିବେ,ତେବେ ଶରୀରରେ ରକ୍ତ ସଞ୍ଚାଳନ ଦ୍ରୁତ ଗତିରେ ବୃଦ୍ଧି ପାଇବ, ଯାହା ଶରୀର ପାଇଁ କ୍ଷତିକାରକ ।

ଏକରୁ ଦୁଇ ଗ୍ଲାସ୍‌ ପାଣି ପିଅ;ୁ:

ଏମିତି କର;ୁ ସକାଳର ଆରମ୍ଭ

ସକାଳୁ ଉଠିବା ପରେ ଅତିକମ୍‌ରେ ଏକରୁ ଦୁଇ ଗ୍ଲାସ ପାଣି ପିଇବା ଉଚିତ୍‌ । ପାଣି ନ ପିଇବା ଦ୍ୱାରା ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଠିକ୍‌ ଭାବେ ସଞ୍ଚାଳନ ହୋଇପାରିନଥାଏ । ଏହାଦ୍ୱାରା ଡିହାଇଡ୍ରେସନ୍‌, କିଡ୍‌ନୀ ଏବଂ ଲିଭର ଜନିତ ରୋଗ ହେବାର ସମ୍ଭାବନା ରହିଥାଏ । ତେଣୁ ସକାଳୁ ପାଣି ପିଇବା ନିହାତି ଜରୁରୀ ।

ବ୍ୟାୟାମ କର;ୁ:

ଏମିତି କର;ୁ ସକାଳର ଆରମ୍ଭ
ସକାଳୁ ବ୍ୟାୟାମ କରିବା ଦ୍ୱାରା ଶରୀର ଫିଟ୍‌ ରହିଥାଏ । ଏହାଦ୍ୱାରା ଶରୀରରେ ମୋଟାପା, ବଦହଜମୀ ଓ ଏସିଡିଟି ଭଳି ରୋଗ ଦୂର ହୋଇଥାଏ ।

କଫି ପିଅ;ୁ ନାହିଁ:

ଏମିତି କର;ୁ ସକାଳର ଆରମ୍ଭ

ସକାଳୁ ଉଠିବା ପରେ କଫି ପିଇବା ଦ୍ୱାରା କାର୍ଟିସୋଲ ହରମୋନ୍‌ର ମାତ୍ରା ବୃଦ୍ଧି ପାଇଥାଏ । ଫଳରେ ମାନସିକ ଚାପ ବୃଦ୍ଧି ପାଇଥାଏ । ଯଦି ଆପଣ କଫି ପିଇବା ନିହାତି ଜରୁରୀ ତେବେ ସକାଳୁ ପ୍ରଥମେ କିଛି ହାଲ୍‌କା ଖାଦ୍ୟ ଖାଇ ପରେ ଏହାକୁ ସେବନ କରିବା ଉଚିତ୍‌ ।

ଉଠିବାର ଏକ ଘଣ୍ଟା ମଧ୍ୟରେ ଜଳଖିଆ କର;ୁ:

ଏମିତି କର;ୁ ସକାଳର ଆରମ୍ଭ

ସକାଳୁ ଉଠିବାର ଏକଘଣ୍ଟା ମଧ୍ୟରେ ଜଳଖିଆ ନ କରିବା ଦ୍ୱାରା ଏସିଡିଟି ସମସ୍ୟା ଦେଖାଦେଇଥାଏ । ସକାଳ ଜଳଖିଆ ନ କରିବା ଦ୍ୱାରା ଶରୀରରେ ଏନର୍ଜୀ ହ ୍ରାସ ପାଇଥାଏ । ପୁରାଦିନ ଆପଣଙ୍କୁ ଦୁର୍ବଳ ଲାଗିଥାଏ ।