ଶୈବପୀଠ ଧବଳେଶ୍ୱରକୁ ସଂଯୋଗ କରିବ କଂକ୍ରିଟ୍‌ ସେତୁ

କଟକ: ଜୁଲାଇ ୦୫: ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରକୁ ସଂଯୋଗ କରିବ କଂକ୍ରିଟ୍‌ ସେତୁ । ପୂର୍ବରୁ ଝୁଲାପୋଲ ମାଧ୍ୟମରେ ପୀଠକୁ ସଂଯୋଗ କରାଯାଇଥିବାବେଳେ ଏବେ ମଂଚେଶ୍ୱର ପଟୁ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ୨୨କୋଟି ୨୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ଚାଲିଥିବା ଏହି କଂକ୍ରିଟ୍‌ ସେତୁ ଫେବ୍ରୁଆରି ୨୦୨୩ ସୁଦ୍ଧା ସାରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି । ୭ଟି ସ୍ପାନ୍‌ ଉପରେ ନିର୍ମାଣ ହେବାକୁ ଥିବା ସେତୁର […]

Samaya Live Picture
Published On

କଟକ: ଜୁଲାଇ ୦୫: ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରକୁ ସଂଯୋଗ କରିବ କଂକ୍ରିଟ୍‌ ସେତୁ । ପୂର୍ବରୁ ଝୁଲାପୋଲ ମାଧ୍ୟମରେ ପୀଠକୁ ସଂଯୋଗ କରାଯାଇଥିବାବେଳେ ଏବେ ମଂଚେଶ୍ୱର ପଟୁ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ୨୨କୋଟି ୨୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ଚାଲିଥିବା ଏହି କଂକ୍ରିଟ୍‌ ସେତୁ ଫେବ୍ରୁଆରି ୨୦୨୩ ସୁଦ୍ଧା ସାରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି । ୭ଟି ସ୍ପାନ୍‌ ଉପରେ ନିର୍ମାଣ ହେବାକୁ ଥିବା ସେତୁର ୫ଟି କାମ ସରିଥିବା ଜଣାପଡିଛି । ବ୍ରିଜର ଲମ୍ବ ୨୪୬.୮୦ମିଟର ଓ ଉଚତା ୫.୩୦ ମିଟର ରହିବ । ଅନ୍ୟପଟେ ଏହି ସେତୁ ନିର୍ମାଣ ହେଲେ ଧବଳେଶ୍ୱର ପୀଠକୁ ଅଧିକ ଶ୍ରଦ୍ଧାଳୁ ଆସିପାରିବେ ଓ ଯାନବାହନ ପୀଠ ପର୍ଯ୍ୟନ୍ତ ଯାଇପାରିବ । ଅନ୍ୟପଟେ ଧବଳେଶ୍ୱର ପୀଠ ବିକାଶ ପାଇଁ ୪୦କୋଟି ଟଙ୍କାର ଯୋଜନା କରାଯାଇଥିବାବେଳେ ଏ ନେଇ ବାରମ୍ବାର କେବଳ ସମୀକ୍ଷା ବୈଠକ କରାଯାଇଛି । କି;ୁ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ପାରିନି । ଏଥିପାଇଁ ସର୍ଭେ ଚାଲିଥିବାବେଳେ ଖୁବ୍‌ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଶାସନ ଯୋଜନା କରିଛି । ମନ୍ଦିରର ବିକାଶ ତଥା ପାରିପାର୍ଶ୍ୱିକ ଉନ୍ନୟନ ପାଇଁ ପୀଠ ଚାରିପାଖରେ ରିଂ-ରୋଡ୍‌, ସୌନ୍ଦର୍ଯ୍ୟକରଣ, ୪ଟି ଯାତାୟତ ପଥ, ଆଲୋକୀକରଣ, ଏଥିସହ ପଥର ପ୍ୟାକିଂ କରାଯିବ । ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ଯାନବାହାନ ରଖିବା ପାଇଁ ବ୍ୟବସ୍ଥା ଓ ସୌନ୍ଦର୍ଯ୍ୟକରଣ ପାଇଁ ପାଖାପାଖି ୭୧ଟି ଘର ଭଙ୍ଗାଯିବା ସହ ଯେଉଁ ପୂଜକଙ୍କ ଘର ଭଙ୍ଗାଯିବ ସେମାନଙ୍କୁ ପ୍ରଥମେ ଘର ଯୋଗାଇ ଦିଆଯିବ । ପୂଜକଙ୍କ ଘର ଭାଙ୍ଗିବା ଓ ନୂତନ ଗୃହ ନିର୍ମାଣ କାର୍ଯ୍ୟ ୨୪କୋଟି ଟଙ୍କା ବ୍ୟୟରେ କରିବା ପାଇଁ ଆର୍‌ଆଣ୍ଡବି ବିଭାଗ ଯୋଜନା କରିଛି । ଏନେଇ ଦୁଇଥର ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବାବେଳେ ଏହାର ସର୍ଭେ କାର୍ଯ୍ୟ ସରିନଥିବାରୁ କାର୍ଯ୍ୟ ଆରମ୍ଭ ହୋଇପାରିନଥିବା ଜଣାପଡିଛି । ପୀଠର ଡିଜାଇନ୍‌ ଆର୍କିଟେକ୍‌ ସ୍ୱାଗତ ଜେନା ପ୍ରସ୍ତୁତ କରିଥିବାବେଳେ ଚାରବାଟିଆ ଆର୍‌ଆଣ୍ଡବି ବିଭାଗ ପକ୍ଷରୁ ଏହାର ବିକାଶ ନେଇ ପ୍ଲାନ୍‌, ଏଷ୍ଟିମେଟ୍‌ ଓ ଟେଣ୍ଡର୍‌ ଆଦି ସମସ୍ତ ପ୍ରକ୍ରିୟା ବର୍ଷା ସରିବା ପୂର୍ବରୁ ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ପରେ ପରେ ଏହାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।