କେନ୍ଦୁଝର ଚିକିତ୍ସାଳୟରେ ନବଜାତଙ୍କ ମୃତ୍ୟୁ ଘଟଣା, ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର: ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ଜଣ ନବଜାତଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ SNCU ପରିସରରେ ଉତ୍ତେଜନା ଦେଖାଦେଇଥିଲା । ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ନବଜାତଙ୍କ ମୃତ୍ୟୁ ହୋଇଥିବା ଅଭିଭାବକଙ୍କ ଅଭିଯୋଗ କରିଥିଲେ । ଆଗକୁ ଗଣ୍ଡଗୋଳର ଆଶଙ୍କା ନେଇ ମେଡିକାଲ ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ସୂଚନାଅନୁସାରେ, ଗତକାଲିଠାରୁ SNCU ରେ ଥିବା ଶିଶୁଙ୍କୁ ଅକ୍ସିଜେନ ଦେବାକୁ ବାପା ମା’ ମାନେ ନେହୁରା ହୋଇଥିଲେ […]
କେନ୍ଦୁଝର: ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ଜଣ ନବଜାତଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ SNCU ପରିସରରେ ଉତ୍ତେଜନା ଦେଖାଦେଇଥିଲା । ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ନବଜାତଙ୍କ ମୃତ୍ୟୁ ହୋଇଥିବା ଅଭିଭାବକଙ୍କ ଅଭିଯୋଗ କରିଥିଲେ । ଆଗକୁ ଗଣ୍ଡଗୋଳର ଆଶଙ୍କା ନେଇ ମେଡିକାଲ ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ସୂଚନାଅନୁସାରେ, ଗତକାଲିଠାରୁ SNCU ରେ ଥିବା ଶିଶୁଙ୍କୁ ଅକ୍ସିଜେନ ଦେବାକୁ ବାପା ମା’ ମାନେ ନେହୁରା ହୋଇଥିଲେ ବି କେହି ଶୁଣିନଥିଲେ । ଶିଶୁ ବିଭାଗ ଆଇସିୟୁକୁ କୌଣସି ଡାକ୍ତର ଆସିନଥିଲେ । ତେବେ ଏହି ଶିଶୁମୃତ୍ୟୁକୁ ନେଇ ADMO କିଶୋର ପୃଷ୍ଟି ସୂଚନା ଦେଇଛନ୍ତି । ଏହି ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ ହୋଇଛି l ଦାୟିତ୍ୱରେ ଥିବା ଡାକ୍ତର ଓ କର୍ମଚାରୀଙ୍କ କର୍ତ୍ତବ୍ୟ ସମ୍ପର୍କରେ ସି ସି କ୍ୟାମେରା ଦ୍ୱାରା ଯାଞ୍ଚ କରାଯିବ ବୋଲି ସିଡିଏମଓ ସୂଚନା ଦେଇଛନ୍ତି I ସେହିପରି ଗତ ୧୮ ଦିନରେ ଚିକିତ୍ସାଧୀନ ୧୩ ଶିଶୁଙ୍କ ମୃତ୍ୟୁ ହୋଇଛି ।
ଅନ୍ୟପକ୍ଷରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ SNCU ରେ ପହଞ୍ଚିଲେ ରାଜ୍ୟସ୍ତରୀୟ ୨ ଜଣିଆ ତଦନ୍ତକାରୀ ପ୍ରତିନିଧି ଦଳ। ପ୍ରତିନିଧି ଦଳରେ ଡ ରବୀନ୍ଦ୍ର ନାଥ ପଣ୍ଡା, ରାଜ୍ୟ ଶିଶୁ ବିଭାଗ ପରାମର୍ଶଦାତା ଏବଂ ଡ. ରଶ୍ମି ରଞ୍ଜନ ଶତପଥୀ, ରାଜ୍ୟ ଶିଶୁ ବିଭାଗ ଅତିରିକ୍ତ ନର୍ଦେଶକ ସାମିଲ ଅଛନ୍ତି। ଏହି ଘଟଣା ପରେ ରାଜ୍ୟ ସରକାର ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ଏଥିସହିତ ଘଟଣା ବିଷୟରେ ଖବର ପାଇ ଅତିରିକ୍ତ ଏସ୍ପି ଏବଂ ଉପଜିଲ୍ଲାପାଳ ମେଡିକାଲରେ ପହଞ୍ଚିଥିବା ଜଣା ପଡିଛି I ଶିଶୁମୃତ୍ୟୁ ଘଟଣାକୁ ନେଇ କେନ୍ଦୁଝରରେ ଆଲୋଡନ ସୃଷ୍ଟି ହୋଇଛି । ଏହି ସମ୍ବେଦନଶୀଳ ଘଟଣାର ଗୁରୁତ୍ତ୍ୱକୁ ଉପଲବ୍ଧି କରି ତୁରନ୍ତ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।




