ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ସମୟ ଲାଇଭ,୭/୪: ନଦୀକୁ ଗାଧୋଇବା ପାଇଁ ଯାଇ ନିଖୋଜ ଥିବା ଯୁବକର ମୃତଦେହ ଉଦ୍ଧାର। ନିଖୋଜର ୩ଦିନ ପରେ ନଦୀକୂଳରୁ ମିଳିଲା ମୃତଦେହ।ଏଭଳି ଏକ ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ତରଡାପାଳ ନିକଟସ୍ଥ ବୁଢ଼ାବଳଙ୍ଗ ନଦୀରେ ଘଟିଯାଇଛି। ସୂଚନା ଅନୁସାରେ କୁଆବସା ଗ୍ରାମର ଜନୈକ ଯୁବକ ବୁଢ଼ାବଳଙ୍ଗ ନଦୀର ମହିଷାକୁଦା ଠାରେ ଗାଧୋଉ ଥିବା ବେଳେ ନଦୀଜଳରେ ବୁଡିଯାଇ ନିଖୋଜ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ଅନ୍ୟ ଲୋକମାନେ ଘଟଣା ସମ୍ପର୍କରେ ଅଡ୍ରାପ ଟିମକୁ […]

Samaya Live Picture
Published On

ସମୟ ଲାଇଭ,୭/୪: ନଦୀକୁ ଗାଧୋଇବା ପାଇଁ ଯାଇ ନିଖୋଜ ଥିବା ଯୁବକର ମୃତଦେହ ଉଦ୍ଧାର। ନିଖୋଜର ୩ଦିନ ପରେ ନଦୀକୂଳରୁ ମିଳିଲା ମୃତଦେହ।ଏଭଳି ଏକ ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ତରଡାପାଳ ନିକଟସ୍ଥ ବୁଢ଼ାବଳଙ୍ଗ ନଦୀରେ ଘଟିଯାଇଛି। ସୂଚନା ଅନୁସାରେ କୁଆବସା ଗ୍ରାମର ଜନୈକ ଯୁବକ ବୁଢ଼ାବଳଙ୍ଗ ନଦୀର ମହିଷାକୁଦା ଠାରେ ଗାଧୋଉ ଥିବା ବେଳେ ନଦୀଜଳରେ ବୁଡିଯାଇ ନିଖୋଜ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ଅନ୍ୟ ଲୋକମାନେ ଘଟଣା ସମ୍ପର୍କରେ ଅଡ୍ରାପ ଟିମକୁ ଖବର ଦେଇଥିଲେ। ଖବରପାଇ ଅଡ୍ରାଫଟିମ ଘଟଣାସ୍ଥଳରେ ପହଞ୍ଚି ନଦୀ ଜଳରେ ଖୋଜାଖୋଜି କରି ଉଦ୍ଧାର ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। ତେବେ ନଦୀରେ ଗାଧୋଉଥିବା ଅବସ୍ଥାରେ ଜଳରେ ବୁଡିଯାଇ ନିଖୋଜ ହେବାର ତିନିଦିନ ପରେ ଆଜି ନଦୀତୁଠ ନିକଟସ୍ଥ ଜଳରେ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇ ବାଙ୍ଗରିପୋଷି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକମାନେ। ଖବରପାଇ ବାଙ୍ଗରିପୋଷି ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲ, ବାରିପଦା ପଠାଇଛନ୍ତି। ମୁତକ ଯୁବକ ଜଣକ ହେଉଛନ୍ତି ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କୁଆବସା ଗ୍ରାମର ସ୍ବର୍ଗତ ଭିମ ଚପେୟରଙ୍କ ପୁଅ ଲାଗୁ ଚପେୟର।

Tags: