ପୋଖରୀରୁ ଯୁବତୀଙ୍କ ମୃତ ଦେହ ଠାବ, ହତ୍ୟା ସନ୍ଦେହ

ସମୟ ଲାଇଭ୍‍,୧୪/୧୨: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାନ୍ଧିଆ ଫିସରି ବନ୍ଧ ନିକଟରେ ଥିବା ପୋଖରୀରୁ ଭାସମାନ ଅବସ୍ଥାରେ ଯୁବତୀ ଙ୍କ ମୃତ ଶରୀର ଠାବ। ମୃତ ଯୁବତୀ ଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ,ସକାଳୁ ନିକଟସ୍ଥ ଗ୍ରାମବାସୀ ଫିସରି ବନ୍ଧ କୁ ଶୌଚ ହେବା ପାଇଁ ଆସିଥିବା ବେଳେ ପୋଖରୀରେ ଜଣେ ଯୁବତୀ ଙ୍କ ମୃତ ଶରୀର ଭାସୁଥିବା ଦେଖିବାକୁ ପାଇଥିଲେ. ପରେ […]

Samaya Live Picture
Published On

ସମୟ ଲାଇଭ୍‍,୧୪/୧୨: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାନ୍ଧିଆ ଫିସରି ବନ୍ଧ ନିକଟରେ ଥିବା ପୋଖରୀରୁ ଭାସମାନ ଅବସ୍ଥାରେ ଯୁବତୀ ଙ୍କ ମୃତ ଶରୀର ଠାବ। ମୃତ ଯୁବତୀ ଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ,ସକାଳୁ ନିକଟସ୍ଥ ଗ୍ରାମବାସୀ ଫିସରି ବନ୍ଧ କୁ ଶୌଚ ହେବା ପାଇଁ ଆସିଥିବା ବେଳେ ପୋଖରୀରେ ଜଣେ ଯୁବତୀ ଙ୍କ ମୃତ ଶରୀର ଭାସୁଥିବା ଦେଖିବାକୁ ପାଇଥିଲେ. ପରେ ଘଟଣାସ୍ଥଳରେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ ସୁଦ୍ଧା ମୃତ ଯୁବତୀ ଙ୍କୁ କେହି ଚିହ୍ନି ପାରିନଥିଲେ. ପରେ ଗ୍ରାମାଞ୍ଚଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି. ମୃତ ଯୁବତୀ ସବୁଜ ରଙ୍ଗ ର ନାଇଟି ପିନ୍ଧିଥିବା ବେଳେ କାନ ରେ ସୁନା ଅଳଙ୍କାର ଥିବା ଦେଖିବାକୁ ମିଳିଛି, ଯାହାକି ପରିପାର୍ଶ୍ଵିକ ଅବସ୍ଥାରୁ ଯୁବତୀ ଙ୍କୁ କେହି ଦୃବୁର୍ତ୍ତ ମାରି ପୋଖରୀ କୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି. ତେବେ ଯୁବତୀ ଜଣକ ଘର କେଉଁଠାରେ, ସେ ଏଠିକି କେମିତି ଆସିଲେ, ଏହା ସୁପରିକଳ୍ପିତ ହତ୍ୟା ନା ଆତ୍ମହତ୍ୟା ଯାହାକି ସନ୍ଦେହ ଘେରକୁ ଟାଣିନେଇଛି. ଫିସରି ବନ୍ଧ ରାସ୍ତା ନିକାଞ୍ଚନ ଥିବା ବେଳେ ସେଠାରେ ଅନେକ ସମୟରେ ଛୋଟ ବଡ଼ ଅପରାଧ ମାନ ଘଟୁଛି, ସନ୍ଧ୍ୟା ସମୟରେ ସେହି ପଟେ ଏକାକୀ ଯିବା ପାଇଁ କେହି ବି ସୁରକ୍ଷିତ ମଣୁନାହାନ୍ତି । କିନ୍ତୁ ପୋଲିସ ଉକ୍ତ ଅଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥା ନକରି ଘଟଣା ଘଟିବା ପରେ ଆସି ପହଁଚୁଛି। ଯାହାକି ସ୍ଥାନୀୟ ବାସି ପୋଲିସର କାର୍ୟ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

Tags: