ଜେଲରେ ସ୍ୱାବଲମ୍ବି ହେବେ କଏଦୀ
ସମୟ ଲାଇଭ,୧୨/୧୧:ଖୁବଶୀଘ୍ର ରାଜ୍ୟରେ ଥିବା ଜେଲ ଗୁଡିକର ବଦଳିବ ରୂପରେଖ। ଏହାସହ ଜେଲରେ ଥିବା କଏଦୀ ମାନଙ୍କର ବି ବଦଳିବ ଜୀବନଶୈଳୀ। ଏନେଇ ଯୋଜୋନା ପ୍ରସ୍ତୁତ କରିଛି ରାଜ୍ୟ ପୋଲସ। ରାଜ୍ୟରେ ଥିବା କିଛି ଜେଲକୁ ମଡେଲ ଜେଲ ଭାବେ ପ୍ରସ୍ତୁତ କରାଯିବ ଓ କଏଦୀ ମାନଙ୍କର ଖାଦ୍ୟପେୟ ଉପରେ ବି ଗୁରୁତ୍ୱ ଦିଆଯିବ ବୋଲି ଜଣାପଡିଛି। ସେଥାପାଇଁ ପ୍ରଥମେ ଜେଲରେ କଏଦୀଙ୍କ ପାଇଁ ରୋଷେଇ କରାଯାଉଥିବା ଢାଞ୍ଚାରେ ପରିବର୍ତ୍ତନ ଅଣାଯିବା ନେଇ ପଦକ୍ଷେପ ନିଆଯାଇଛି। ପ୍ରଥମେ […]
ସମୟ ଲାଇଭ,୧୨/୧୧:ଖୁବଶୀଘ୍ର ରାଜ୍ୟରେ ଥିବା ଜେଲ ଗୁଡିକର ବଦଳିବ ରୂପରେଖ। ଏହାସହ ଜେଲରେ ଥିବା କଏଦୀ ମାନଙ୍କର ବି ବଦଳିବ ଜୀବନଶୈଳୀ। ଏନେଇ ଯୋଜୋନା ପ୍ରସ୍ତୁତ କରିଛି ରାଜ୍ୟ ପୋଲସ। ରାଜ୍ୟରେ ଥିବା କିଛି ଜେଲକୁ ମଡେଲ ଜେଲ ଭାବେ ପ୍ରସ୍ତୁତ କରାଯିବ ଓ କଏଦୀ ମାନଙ୍କର ଖାଦ୍ୟପେୟ ଉପରେ ବି ଗୁରୁତ୍ୱ ଦିଆଯିବ ବୋଲି ଜଣାପଡିଛି। ସେଥାପାଇଁ ପ୍ରଥମେ ଜେଲରେ କଏଦୀଙ୍କ ପାଇଁ ରୋଷେଇ କରାଯାଉଥିବା ଢାଞ୍ଚାରେ ପରିବର୍ତ୍ତନ ଅଣାଯିବା ନେଇ ପଦକ୍ଷେପ ନିଆଯାଇଛି। ପ୍ରଥମେ ଚୌଦ୍ୱାରା ଜେଲକୁ ମଡ଼େଲ ଜେଲ କରିବା ପାଇଁ ଯୋଜନା କରାଯାଇଛି । ଏହାପରେ ଅନ୍ୟ ଜଲେ ଗୁଡ଼ିକୁ ମଧ୍ୟ ଏହାର ଅର୍ନ୍ତଭୃକ୍ତ କରାଯିବ । ସେହିପରି କଏଦୀଙ୍କ ଭିତରେ ଥିବା ପ୍ରତିଭାକୁ ଲୋକଲେଚନକୁ ଆଣିବା ପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । କଏଦୀଙ୍କ ଦ୍ୱାରା ବିିଭନ୍ନ ସମାଗ୍ରୀ ପ୍ରସ୍ତୁତ କରାଯିବ । ସେହି ସବୁ ସାମଗ୍ରୀକୁ ସଂସ୍କାର ବ୍ରାଣ୍ଡ ନାମରେ ନାମିତ କରାଯିବ । ଏହି ସମାଗ୍ରୀକୁ ଜେଲ ବାହାରେ ଷ୍ଟଲ ଲଗାଇ ବିକ୍ରି କରାଯିବ । କଏଦୀମାନେ ଏବେ ମନର କଥାକୁ ରେଡ଼ିଓ ମାଧ୍ୟମରେ ଜନସାଧାରଣଙ୍କ ସାମ୍ନାକୁ ଆଣିବେ । ଯାହାକୁ ଜେଲ ଜକି ନାମରେ ଏକ ଯୋଜନା ଆରମ୍ଭ ହେବ । କଏଦୀଙ୍କ ଉନ୍ନତି ନିମନ୍ତେ ବିଭାଗ କରିଥିବା ଏହି ସବୁ ଯୋଜନାକୁ ସରକାର ଖବୁ ଶିଘ୍ର ମଞ୍ଜୁରୀ କରିବେ ବୋଲି ଜଣାପଡିଛ ।

Tags:




