ବୁଲବୁଲ ଏବେ ବାଲଂଦେଶ ମୁହାଁ
ସମୟ ଲାଇଭ,୭/୧୧: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ବାଂଲାଦେଶ ମୁହାଁ ହୋଇଛି। ସାମୁଦ୍ରିକ ଝଡ ବୁଲବୁଲ ଓଡ଼ିଶା ଉପରେ ଲାଣ୍ଡଫଲ କରିବା ଆଶଂଙ୍କା କମ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ଜଣାପଡିଛି। ବୁଲବୁଏଲ ଏବେ ବାତ୍ୟଶର ରୂପ ନେଇ ଦକ୍ଷିଣ ପଶ୍ଚିମ ଦିଗରେ ଗତିକରି ବାଂଲାଦେଶ ଆଡ଼େ ମୁହାଁଇଛି। ଏହା ପାରାଦ୍ୱିପ ଠାରୁ ୭୭୦ କିମି ଦୂରରେ ସମୁଦ୍ର ମଧ୍ୟରେ ତାଣ୍ଡବ ରଚି ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଘଣ୍ଟା ପ୍ରତି […]
ସମୟ ଲାଇଭ,୭/୧୧: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ବାଂଲାଦେଶ ମୁହାଁ ହୋଇଛି। ସାମୁଦ୍ରିକ ଝଡ ବୁଲବୁଲ ଓଡ଼ିଶା ଉପରେ ଲାଣ୍ଡଫଲ କରିବା ଆଶଂଙ୍କା କମ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ଜଣାପଡିଛି। ବୁଲବୁଏଲ ଏବେ ବାତ୍ୟଶର ରୂପ ନେଇ ଦକ୍ଷିଣ ପଶ୍ଚିମ ଦିଗରେ ଗତିକରି ବାଂଲାଦେଶ ଆଡ଼େ ମୁହାଁଇଛି। ଏହା ପାରାଦ୍ୱିପ ଠାରୁ ୭୭୦ କିମି ଦୂରରେ ସମୁଦ୍ର ମଧ୍ୟରେ ତାଣ୍ଡବ ରଚି ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଘଣ୍ଟା ପ୍ରତି ୫ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି ବାତ୍ୟା ‘ବୁଲବୁଲ’ । ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହୋଇ ଗତି କରୁଛି ଏହି ବାତ୍ୟା । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଭୟଙ୍କର ଓ ୩୬ ଘଣ୍ଟାରେ ଅତି ଭୟଙ୍କର ରୂପ ନେବା ସହ ଉତ୍ତର ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ନଥିଲେ ହେଁ ବୁଲବୁଲ ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିବାଗ ବିଭାଗ ତରଫରୁ ଜଣାପଡିଛି।

Tags:




