କରୋନା ମୁକାବିଲା:ଅପହଂଚ ଇଲାକାରେ ପହଂଚିଲା ମ.ରାମପୁର ବିକାଶ ମଂଚ

ସମୟ ଲାଇଭ,୧୩/୪(ହେମନ୍ତ ସାହୁ) : କରୋନା ମୁକାବିଲା ପାଇଁ ଏବେ ବିଭିନ୍ନ ସ୍ଥରରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବାବେଳେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମ.ରାମପୁର ବିକାଶ ମଂଚ ତରଫରୁ ଉର୍ଲଦାନୀ ପଂଚାୟତର ଅପହଂଚ ଇାଲାକାରେ ପହଂଚି ଲୋକଙ୍କୁ ସାମାଜିକ ଦୂରତା, କରୋନା ସଚେତନତା କରିବା ସହିତ ନଳକୂପରୁ ପାଣି ଆଣିବାବେଳେ ସାମାଜିକ ଦୂରତା ଭଳି ବିଭିନ୍ନ ସମୟରେ ସାମାଜିକ ଦୂରତା ରଖିବାକୁ ସଚେତନ କରିଥିଲେ । ଏଥି ସହିତ ଏହି ମଂଚ […]

Samaya Live Picture
Published On

ସମୟ ଲାଇଭ,୧୩/୪(ହେମନ୍ତ ସାହୁ) : କରୋନା ମୁକାବିଲା ପାଇଁ ଏବେ ବିଭିନ୍ନ ସ୍ଥରରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବାବେଳେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମ.ରାମପୁର ବିକାଶ ମଂଚ ତରଫରୁ ଉର୍ଲଦାନୀ ପଂଚାୟତର ଅପହଂଚ ଇାଲାକାରେ ପହଂଚି ଲୋକଙ୍କୁ ସାମାଜିକ ଦୂରତା, କରୋନା ସଚେତନତା କରିବା ସହିତ ନଳକୂପରୁ ପାଣି ଆଣିବାବେଳେ ସାମାଜିକ ଦୂରତା ଭଳି ବିଭିନ୍ନ ସମୟରେ ସାମାଜିକ ଦୂରତା ରଖିବାକୁ ସଚେତନ କରିଥିଲେ । ଏଥି ସହିତ ଏହି ମଂଚ ତରଫରୁ ମାସ୍କ ବଂଟନ କରାଯାଇଥିଲା ।

ମ.ରାମପୁର ବିକାଶ ମଂଚ ତରଫରୁ ଚିରାଗ ସିଂହଦେଓ, ତାପସ ମିଶ୍ର,ବିବେକ ସ୍ୱାଇଁ,ଲେଙ୍କା ସ୍ୱାଇଁ,ଶଙ୍କର ସୁନାଙ୍କ ସମେତ ମଂଚର ସମସ୍ତ ସଭ୍ୟ ବୁଲି ବୁଲି ମାସ୍କ ବାଂଟୁଥିବାବେଳେ ଏହି ମଂଚ ତରଫରୁ କେବଳ ମାସ୍କ ବଂଟନ ନୁହେଁ ପ୍ରାଣୀ ସମ୍ପଦଙ୍କୁ ମଧ୍ୟ ରାତିରେ ବୁଲି ବୁଲି ଖାଦ୍ୟ ଯୋଗାଇଦେବା ସହିତ ଏହି ସେବା ଲକଡ଼ାଉନ ସରିବା ପର୍ଯ୍ୟନ୍ତ ଜାରୀ ରହିବ ବୋଲି ମଂଚ ତରଫରୁ ଚିରାଗ ସିଂହଦେଓ ସୂଚନା ପ୍ରଦାନ କରିଛନ୍ତି । କେବଳ ସହରରେ ନୁହେଁ,ଅପହଂଚ ଇଲାକାରେ ମ.ରାମପୁର ବିକାଶ ମଂଚ ପହଂଚି ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

 

Tags: