ପୁଣି ଉପୁଜିଲା ଦୀପାବଳି ପାଳନକୁ ନେଇ ଦ୍ୱନ୍ଦ୍ୱ
ଭୁବନେଶ୍ୱର : ପାଖେଇ ଆସିଲାଣି ଆଲୋକର ପର୍ବ ଦୀପାବଳି। କିନ୍ତୁ କେବେ ପାଳନ ହେବ ଦୀପାବଳି,ଏହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ଅକ୍ଟୋବର ୨୦ ତାରିଖ ନା ୨୧ ତାରିଖରେ ପାଳନ ହେବ ପର୍ବ । ରାଧାରମଣ ପ୍ରେସ ପଞ୍ଜିକା ବା ମୁକ୍ତି ମଣ୍ଡପ ସ୍ଵୀକୃତ ପଞ୍ଜିକା ଗୁଡିକରେ ଦୀପାବଳି ବା ପୟା ଶ୍ରାଦ୍ଧ ଅକ୍ଟୋବର ୨୦ ତାରିଖ ଉଲ୍ଲେଖ ରହିଥିବା ବେଳେ ଅନ୍ୟ ପଞ୍ଜିକାରେ ୨୧ ତାରିଖ ଉଲ୍ଲେଖ ରହିଛି । ତେବେ ଶ୍ରୀମନ୍ଦିରରେ ୨୦ […]
ଭୁବନେଶ୍ୱର : ପାଖେଇ ଆସିଲାଣି ଆଲୋକର ପର୍ବ ଦୀପାବଳି। କିନ୍ତୁ କେବେ ପାଳନ ହେବ ଦୀପାବଳି,ଏହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ଅକ୍ଟୋବର ୨୦ ତାରିଖ ନା ୨୧ ତାରିଖରେ ପାଳନ ହେବ ପର୍ବ । ରାଧାରମଣ ପ୍ରେସ ପଞ୍ଜିକା ବା ମୁକ୍ତି ମଣ୍ଡପ ସ୍ଵୀକୃତ ପଞ୍ଜିକା ଗୁଡିକରେ ଦୀପାବଳି ବା ପୟା ଶ୍ରାଦ୍ଧ ଅକ୍ଟୋବର ୨୦ ତାରିଖ ଉଲ୍ଲେଖ ରହିଥିବା ବେଳେ ଅନ୍ୟ ପଞ୍ଜିକାରେ ୨୧ ତାରିଖ ଉଲ୍ଲେଖ ରହିଛି । ତେବେ ଶ୍ରୀମନ୍ଦିରରେ ୨୦ ତାରିଖରେ ଦିପାବଳୀ ପାଳନକୁ ନେଇ ବଢ଼ିଲା ଚର୍ଚ୍ଚା ।
୨୦ ତାରିଖ ଦିନ ୩ ଟା ୪୫ ପର ଠାରୁ ପର ଦିନ ଅର୍ଥାତ୍ ଅକ୍ଟୋବର ୨୧ ତାରିଖ ୫ ଟା ୫୪ ପର୍ଯ୍ୟନ୍ତ ଅମାବାସ୍ୟା ରହିଛି । ଯେଉଁମାନେ ମହାଳୟା ଅମାବାସ୍ୟାରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇପାରନ୍ତି ନାହିଁ। ସେମାନେ ମହାଳୟା ଅମାବାସ୍ୟା ଦିନ ଶ୍ରାଦ୍ଧ ଦେଇଥାନ୍ତି । ଦିନରେ ମହାଳୟା ଶ୍ରାଦ୍ଧ ପରେ ରାତିରେ ଦୀପ ଦାନ କରିଥାନ୍ତି । କିନ୍ତୁ ୨୦ ତାରିଖରେ ଦିନ ତମାମ ଚତୁର୍ଦ୍ଦଶୀ ରହୁଥିବାରୁ କିଭଳି ସେଦିନ ପୟାଶ୍ରାଦ୍ଧ ହେବ ନେଇ ଉଠିଛି ପ୍ରଶ୍ନ ।
ଭିନ୍ନ ପଞ୍ଜିକାରେ ଭିନ୍ନ ତାରିଖ ଦର୍ଶା ଯାଇଛି, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ସ୍ୱଭାବିକ ଭାବେ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି । ପୂର୍ବରୁ ପଞ୍ଜିକାରମାନଙ୍କୁ ଏକତ୍ରିତ କରି ପାଣ୍ଡୁ ଲିପି ଜରିଆରେ ପର୍ବ ପାଳନର ଦିନକୁ ଧାର୍ଯ୍ୟ କରାଯାଇଥିଲା । ଯାହାର ମୂଳ ଉଦ୍ଦେଶ୍ୟ ଥିଲା ଲୋକଙ୍କ ମଧ୍ୟରୁ ଦ୍ୱନ୍ଦ୍ୱ ଦୂର କରିବା । ଚଳିତ ବର୍ଷ ପ୍ରକାଶ ପାଇଥିବା ପଞ୍ଜିକା ମଧ୍ୟରୁ ୫ଟି ନିଜର ପାଣ୍ଡୁଲିପି ଦେଇଥିଲେ । ଯାହାକୁ ନେଇ ପର୍ବ ପାଳନର ଦିନ ଧାର୍ଯ୍ୟ କରାଯାଇଥିଲା ।
ପଞ୍ଜିକା ତିଆରି କରିବା ପାଇଁ ନାସାରୁ ତଥ୍ୟ ଆସିଥାଏ । ଶାୟନ ପଦ୍ଧତିରେ ଏହି ପଞ୍ଜିକା ତିଆରି କରାଯାଏ । କିନ୍ତୁ ନିରୟନ ପଦ୍ଧତିରେ ଆମେ ପର୍ବପାଳନ କରୁ ।
ସାୟଂ ୨୧ ତାରିଖ ସନ୍ଧ୍ୟାରେ ସରିଯାଉଛି । ୨୦ରେ ୨ଟି ପ୍ରଦୋଶ କାଳର ମୁହୂର୍ତ୍ତ ପଡ଼ଉଛି । ପୟାଶ୍ରାଦ୍ଧ ପ୍ରଦେ।ଶକାଳରେ ପାଳନ କରାଯାଏ । ୨୦ରେ ପୟାଶ୍ରାଦ୍ଧ, ଦୀପ ଦାନ କରାଯିବ । ୨୧ ତାରିଖରେ କୌଣସି ଯୋଗ ନାହିଁ ଦୀପାଳି ପାଳିବା ପାଇଁ,ତେଣୁ ସାଧାରଣରେ ଦ୍ୱନ୍ଦ୍ୱ ଉପୁଜିଛି ।




