ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

ସମୟ ଲାଇଭ,୧୮/୨ : ନାଉଗାଁ ବ୍ଲକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ସୃଷ୍ଟି ହୋଇଛି। ମହାବିଦ୍ୟାଳୟ କତୃପକ୍ଷଙ୍କ ମନମାନିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପରୀକ୍ଷା ସମୟରେ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ନିମନ୍ତେ ଚକ୍ରାନ୍ତ କରୁଥିବା ନେଇ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି। ଉଚ୍ଚଶିକ୍ଷା ବିଭାଗର ନିୟମ ଅନୁସାରେ ଜାନୁୟାରୀ ମାସ ଦ୍ବିତୀୟ ସପ୍ତାହ ମଧ୍ୟରେ ମହାବିଦ୍ୟାଳୟରେ ସାଂସ୍କୃତିକ ଓ ବାର୍ଷିକ ଉତ୍ସବ କରାଯିବା କଥା। ଏ ଘଟଣା […]

Samaya Live Picture
Published On

ସମୟ ଲାଇଭ,୧୮/୨ : ନାଉଗାଁ ବ୍ଲକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ସୃଷ୍ଟି ହୋଇଛି। ମହାବିଦ୍ୟାଳୟ କତୃପକ୍ଷଙ୍କ ମନମାନିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପରୀକ୍ଷା ସମୟରେ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ନିମନ୍ତେ ଚକ୍ରାନ୍ତ କରୁଥିବା ନେଇ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି। ଉଚ୍ଚଶିକ୍ଷା ବିଭାଗର ନିୟମ ଅନୁସାରେ ଜାନୁୟାରୀ ମାସ ଦ୍ବିତୀୟ ସପ୍ତାହ ମଧ୍ୟରେ ମହାବିଦ୍ୟାଳୟରେ ସାଂସ୍କୃତିକ ଓ ବାର୍ଷିକ ଉତ୍ସବ କରାଯିବା କଥା। ଏ ଘଟଣା ବିଷୟରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ଫେରାଦ ହୋଇ ବାର୍ଷିକ ଉତ୍ସବ ବାତିଲ କରାଯାଉ ବୋଲି ଦାବି କରିଛନ୍ତି। ଫ୍ରେବୁଆରି ମାସ ୨୪ ରୁ ଯୁକ୍ତ ତିନି ପ୍ରଥମ ସେମିଷ୍ଟାର୍ ଓ ମାର୍ଚ୍ଚ ୨ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତକୁ ଆଖିରେ ରଖି କୌଣସି ପ୍ରକାର ଉତ୍ସବ ନହେବା ଉଚିତ୍। ମାତ୍ର ମହାବିଦ୍ୟାଳୟ କର୍ତ୍ତୃପକ୍ଷ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଚକ୍ରାନ୍ତର ପଡି ବାର୍ଷିକ ଉତ୍ସବ ପାଇଁ ଯୋଜନା କରୁଅଛିନ୍ତି ବୋଲି ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି।ଏହି ଘଟଣାକୁ ନେଇ ମହାବିଦ୍ୟାଳୟର ପରିସରରେ ଚାପ ଉତେଜନା ଦେଖିବାକୁ ମିଳିଥିଲା। ନାଉଗାଁ ଥାନା ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାତ୍ର ଛାତ୍ରୀ ମାନଙ୍କୁ ବୁଝାସୁଝା କରାଇଥିଲେ।

Tags: