ବୁଲବୁଲ କ୍ଷୟକ୍ଷତି ପାଇଁ ଓଡ଼ିଶାରେ ୭ ଜଣିଆ କେନ୍ଦ୍ରୀୟ ପ୍ରତିନିଧିଦଳ
ସମୟ ଲାଇଭ,୧୪/୧୧:ନିକଟ ଅତୀତରେ ଓଡ଼ିଶା ଉପକୂଳଦେଇ ଯାଇଥିବା ବାତ୍ୟା ବୁଲବୁଲ ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲା ପ୍ରଭାବିତ ହୋଇଥିଲା। ବାତ୍ୟା ବୁଲବୁଲ ଓଡ଼ିଶାରେ ଲ୍ୟାଣ୍ଡଫଲ କରିନଥିଲା ସତ କିନ୍ତୁ ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହ ଉପକୂଳବର୍ତ୍ତୀ କିଛି ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା ଏବଂ ଚାଷ ଜମି କ୍ଷୟକ୍ଷତି ହୋଇଥିଲା। ତେଣୁ କ୍ଷୟକ୍ଷତିର ଆକଳନ କରିବା ପାଇଁ ଆଜି ୭ ଜଣିଆ କେନ୍ଦ୍ରୀୟ ପ୍ରତିନିଧିଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ତେବେ ଏହି […]
ସମୟ ଲାଇଭ,୧୪/୧୧:ନିକଟ ଅତୀତରେ ଓଡ଼ିଶା ଉପକୂଳଦେଇ ଯାଇଥିବା ବାତ୍ୟା ବୁଲବୁଲ ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲା ପ୍ରଭାବିତ ହୋଇଥିଲା। ବାତ୍ୟା ବୁଲବୁଲ ଓଡ଼ିଶାରେ ଲ୍ୟାଣ୍ଡଫଲ କରିନଥିଲା ସତ କିନ୍ତୁ ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହ ଉପକୂଳବର୍ତ୍ତୀ କିଛି ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା ଏବଂ ଚାଷ ଜମି କ୍ଷୟକ୍ଷତି ହୋଇଥିଲା। ତେଣୁ କ୍ଷୟକ୍ଷତିର ଆକଳନ କରିବା ପାଇଁ ଆଜି ୭ ଜଣିଆ କେନ୍ଦ୍ରୀୟ ପ୍ରତିନିଧିଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ତେବେ ଏହି ଟିମ୍ ଭୁବନେଶ୍ୱରରେ ପହଞ୍ଚିବା ପରେ ଆଜି ଭଦ୍ରକ ଅଭିମୁଖେ ଯାତ୍ରା କରିବାକୁ ଥିବା ବେଳେ ଆସନ୍ତାକାଲି କେନ୍ଦ୍ରାପଡ଼ା ଗସ୍ତ କରିବେ। ଭଦ୍ରକରେ ବାତ୍ୟା ବୁଲବୁଲରେ ପ୍ରଭାବିତ ହୋଇଥିବା ଅଞ୍ଚଳ ବୁଲି ଦେଖିବେ।

Tags:




