କରୋନା ରୋକିପାରିଲାନି ରଥ ନିର୍ମାଣ ଅନୁକୂଳ ଵିଧି
ସମୟ ଲାଇଭ,26/4(ସଂଗ୍ରାମ କେଶରୀ ମହାପାତ୍ର):ଜୁନ 23 ତାରିଖରେ ରଥଯାତ୍ରା। ଏଥିପାଇଁ ପରମ୍ପରା ମୁତାବକ ଆଜି ପବିତ୍ର ଅକ୍ଷୟତୃତୀୟାରେ ତିନିରଥ ନିର୍ମାଣ ଅନୁକୂଳ ଆରମ୍ଭ ହୋଇଛି।ଚଳିତ ବର୍ଷ କରୋନା ଓ ଲକ ଡାଉନ କଟକଣା ଯୋଗୁ ଶ୍ରୀମନ୍ଦିର ଭିତରେ ଏହି ପରମ୍ପରା ବିଧି ଅନୁଷ୍ଠିତ ହେଉଛି।ତିନିଖଣ୍ଡ ଧଉରା କାଠକୁ ଧୁଆଯାଇ ରଖାଯାଇଥିଲା। ଦେଉଳ ପୁରୋହିତ ଶ୍ରୋତ୍ରୀୟ ବ୍ରାହ୍ମଣ ବନଯାଗର ପଦ୍ଧତିରେ ରଥକାଠ ନୀତି ଅନୁକୂଳ କରିଥିଲେ। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଆନନ୍ଦ ବଜ଼ାର ଚାହାଣି ମଣ୍ଡପ […]
ସମୟ ଲାଇଭ,26/4(ସଂଗ୍ରାମ କେଶରୀ ମହାପାତ୍ର):ଜୁନ 23 ତାରିଖରେ ରଥଯାତ୍ରା। ଏଥିପାଇଁ ପରମ୍ପରା ମୁତାବକ ଆଜି ପବିତ୍ର ଅକ୍ଷୟତୃତୀୟାରେ ତିନିରଥ ନିର୍ମାଣ ଅନୁକୂଳ ଆରମ୍ଭ ହୋଇଛି।ଚଳିତ ବର୍ଷ କରୋନା ଓ ଲକ ଡାଉନ କଟକଣା ଯୋଗୁ ଶ୍ରୀମନ୍ଦିର ଭିତରେ ଏହି ପରମ୍ପରା ବିଧି ଅନୁଷ୍ଠିତ ହେଉଛି।ତିନିଖଣ୍ଡ ଧଉରା କାଠକୁ ଧୁଆଯାଇ ରଖାଯାଇଥିଲା। ଦେଉଳ ପୁରୋହିତ ଶ୍ରୋତ୍ରୀୟ ବ୍ରାହ୍ମଣ ବନଯାଗର ପଦ୍ଧତିରେ ରଥକାଠ ନୀତି ଅନୁକୂଳ କରିଥିଲେ।
ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଆନନ୍ଦ ବଜ଼ାର ଚାହାଣି ମଣ୍ଡପ ଏବଂ ସ୍ନାନ ମଣ୍ଡପ ମଝି ରେ ଚିନ୍ହଟ ସ୍ଥାନ ରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଛି। ଚଳିତ ବର୍ଷ କରୋନା ଓ ଲକ ଡାଉନ କଟକଣା ଯୋଗୁ ଶ୍ରୀମନ୍ଦିର ଭିତରେ ଏହି ପରମ୍ପରା ବିଧି ଅନୁଷ୍ଠିତ ହେଉଛି।
ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ଏହି ରଥ କାଠ ଅନୁକୂଳ ନୀତି ଅନୁଷ୍ଠିତ ହୋଇଥିଲା। ଅନ୍ୟପଟେ ମହାପ୍ରଭୁ ଙ୍କ ବାହାର ଚନ୍ଦନଯାତ୍ରା ମଧ୍ୟ ଆଜି ଶୁଭାରମ୍ଭ। ତେବେ ଏଥର ମଧ୍ୟ କରୋନା କଟକଣା ଯୋଗୁ ଏହି ଯାତ୍ରା ଅୟୋଜନ ରେ ମଧ୍ୟ ବ୍ୟତିକ୍ରମ ହୋଇଛି। ଶ୍ରୀମନ୍ଦିର ଭିତରେ ଥିବା ଜଳ କ୍ରୀଡା ମଣ୍ଡପରେ ମହାପ୍ରଭୁ ଙ୍କ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଛି।
Tags:




