ପଶୁଙ୍କ ରାସ୍ତା ପାର ହେବା ପାଇଁ ତିଆରି ହେଲା କ୍ୟାନୋପି ବ୍ରିଜ୍‌

ସୁନ୍ଦରଗଡ: ଜୁଲାଇ ୦୮: ଅନେକ ସମୟରେ ରାସ୍ତା ପାର୍‌ ହେବା ସମୟରେ ନିରୀହ ଜୀବଜ;ୁଙ୍କ ଜୀବନ ଯାଇଥାଏ । ରାସ୍ତାରେ ଯାଉଥିବାବେଳେ ଟ୍ରକ୍‌ ବସ୍‌ ଭଳି ବଡ଼ ବଡ଼ ଗାଡି ଚକ ତଳେ ଚାପି ହୋଇ ଏହି ନିରୀହ ପ୍ରାଣୀମାନେ ପ୍ରାଣ ହରାଇଥାନ୍ତି । ତେବେ ଜଙ୍ଗଲୀ ଜୀବଜ;ୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ କୋଇଡ଼ା ବନବିଭାଗ ପକ୍ଷରୁ ଏକ ନୂଆ ଯୋଜନା କରାଯାଇଛି । ଯାହା ଦ୍ୱାରା ଜଙ୍ଗଲୀ ପଶୁଙ୍କ ଜୀବନ ରକ୍ଷା ହୋଇପାରିବ । […]

Samaya Live Picture
Published On

ସୁନ୍ଦରଗଡ: ଜୁଲାଇ ୦୮: ଅନେକ ସମୟରେ ରାସ୍ତା ପାର୍‌ ହେବା ସମୟରେ ନିରୀହ ଜୀବଜ;ୁଙ୍କ ଜୀବନ ଯାଇଥାଏ । ରାସ୍ତାରେ ଯାଉଥିବାବେଳେ ଟ୍ରକ୍‌ ବସ୍‌ ଭଳି ବଡ଼ ବଡ଼ ଗାଡି ଚକ ତଳେ ଚାପି ହୋଇ ଏହି ନିରୀହ ପ୍ରାଣୀମାନେ ପ୍ରାଣ ହରାଇଥାନ୍ତି । ତେବେ ଜଙ୍ଗଲୀ ଜୀବଜ;ୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ କୋଇଡ଼ା ବନବିଭାଗ ପକ୍ଷରୁ ଏକ ନୂଆ ଯୋଜନା କରାଯାଇଛି । ଯାହା ଦ୍ୱାରା ଜଙ୍ଗଲୀ ପଶୁଙ୍କ ଜୀବନ ରକ୍ଷା ହୋଇପାରିବ । ଏଥିପାଇଁ କୋଇଡ଼ା ଜଙ୍ଗଲରେ ତିଆରି ହୋଇଛି କାନୋପି ବ୍ରିଜ୍‌ । ଜଙ୍ଗଲରେ ରହୁଥିବା ପଶୁଙ୍କ ପାଇଁ ତିଆରି ହୋଇଛି ସେତୁ । ଯାନବାହନ ଚଳାଚଳ କରୁଥିବା ରାସ୍ତାରେ ଗୋଟିଏ ଗଛରୁ ଅନ୍ୟ ଗଛକୁ ସଂଯୋଗ କରୁଥିବା ଏହି କାନୋପି ବ୍ରିଜକୁ ବନ ବିଭାଗ ତିଆରି କରିଛନ୍ତି । ଏହା ଦ୍ୱାରା ନିରୀହ ଜ;ୁଙ୍କ ଜୀବନରକ୍ଷା ହୋଇପାରିବ ବୋଲି ଆଶା କରାଯାଉଛି । ଖଣି ଖାଦାନା ଭରା କୋଇଡ଼ା ଅଞ୍ଚଳରେ ପ୍ରତିଦିନ ଶହ ଶହ ଟ୍ରକ୍‌ ଯାଆସ କରେ । ତେଣୁ ରାସ୍ତା ପାର ହେବାକୁ ମାଙ୍କଡ଼, ଗୁଣ୍ଡୁଚି ସମେତ ଅନେକ ସରୀସୃପଙ୍କ ଜୀବନ ଯାଉଛି । ତେଣୁ ଏହାକୁ ନଜରରେ ରଖି ଏହି କାନୋପି ବ୍ରିଜ୍‌ ତିଆରି ହୋଇଛି ।