ବିଜେପିକୁ ଦାମଙ୍କ ଗୁଡ଼ବାଏ !
ସମୟ ଲାଇଭ୍, ୧୬/୧୦: ବରିଷ୍ଠ ରାଜିନୀତିଜ୍ଞ ଡ଼ ଦାମୋଦର ରାଉତ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ଦଳ ବିରୋଧୀ ଟିପ୍ଣୀ ଦେଇ ବିଜୁ ଜନତା ଦଳରୁ ବହିଷ୍କୃତ ହେବା ପରେ ବିଜେପିରେ ଯୋଗଦେଇଥିଲେ ଦାମୋଦର ରାଉତ। ତେବେ ଦଳରେ ଯୋଗ ଦେବାର ମାତ୍ର ୭ ମାସ ପରେ ଦଳକୁ ଇସ୍ତଫା ଦେଇଛନ୍ତି ଦାମ। ରାଜ୍ୟ ବିଜେପି ଅଧ୍ୟକ୍ଷ ବସନ୍ତ ପଣ୍ଡାକୁ ସେ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ […]
ସମୟ ଲାଇଭ୍, ୧୬/୧୦: ବରିଷ୍ଠ ରାଜିନୀତିଜ୍ଞ ଡ଼ ଦାମୋଦର ରାଉତ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ଦଳ ବିରୋଧୀ ଟିପ୍ଣୀ ଦେଇ ବିଜୁ ଜନତା ଦଳରୁ ବହିଷ୍କୃତ ହେବା ପରେ ବିଜେପିରେ ଯୋଗଦେଇଥିଲେ ଦାମୋଦର ରାଉତ। ତେବେ ଦଳରେ ଯୋଗ ଦେବାର ମାତ୍ର ୭ ମାସ ପରେ ଦଳକୁ ଇସ୍ତଫା ଦେଇଛନ୍ତି ଦାମ। ରାଜ୍ୟ ବିଜେପି ଅଧ୍ୟକ୍ଷ ବସନ୍ତ ପଣ୍ଡାକୁ ସେ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ନିର୍ବାଚନ ପୂର୍ବରୁ ଦିଲ୍ଲୀ ଯାଇ ବିଜେପିରେ ସାମିଲ ହୋଇଥିବା ଦାମ ଦଳରେ ଅଲୋଡ଼ା ହୋଇପଡ଼ିଥିବା କହିଛନ୍ତି। ଦଳ ତାଙ୍କୁ କୌଣସି ଦାୟିତ୍ୱ ଦେଇନାହିଁ। ତେଣୁ ଦଳରେ ତାଙ୍କର କୌଣସି ଆବଶ୍ୟକତା ନାହିଁ ବୋଲି ମନେକରି ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ତେବେ ଦଳର ନେତୃତ୍ୱକୁ ସେ ନିନ୍ଦା କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି। ଦୀର୍ଘ ୩୫ ବର୍ଷ ବିଧାୟକ ଓ ୬ ଥର କ୍ୟାବିନେଟ ମନ୍ତ୍ରୀ ରହିବା ପରେ ଏପରି ସ୍ଥିତିରେ ସେ ରାଜନୀତି କରିବାକୁ ଚାହୁଁନଥିବା କହିଛନ୍ତି।
ସୂଚନା ଥାଉ କି, କିଛିଦିନ ଧରି ବିଜେପି ପ୍ରତି ଉଦାସୀନ ମନୋଭାବ ଦେଖିବାକୁ ମିଳିଥିଲା। ବିଜେପୁର ଉପନିର୍ବାଚନ ଷ୍ଟାର ପ୍ରଚାରକ ତାଲିକାରେ ତାଙ୍କ ନାମ ନଥିବାରୁ ମଧ୍ୟ ସେ ଅସନ୍ତୁଷ୍ଟ ଥିଲେ। କ୍ରମେ ଏହି ଅସନ୍ତୋଷ ବଢ଼ିବାରେ ଲାଗିଥିଲା ଏବଂ ସେ ବିଜେପିରୁ ଇସ୍ତଫା ଦେଇଥିବା ସାଧାରଣରେ ଆଲୋଚନା ହେଉଛି। ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଅନ୍ୟପଟେ ପିତାଙ୍କ ଏପରି ନିଷ୍ପତ୍ତିର ପ୍ରତିକ୍ରିୟା ରଖିଛନ୍ତି ପୁଅ ଦାମୋଦର ରାଉତ୍। ବାପା ଭୁଲ କରିଦେଇଥିଲେ ଏବଂ ଏବେ ଭୁଲ୍ ବୁଝିଛନ୍ତି ବୋଲି ସେ କହିଛନ୍ତି।
Tags:




