ରାଜଧାନୀରେ ଶଣ୍ଢ ଆତଙ୍କ

ସମୟ ଲାଇଭ,୨୩/୧୦: ଦିନକୁ ଦିନ ରାଜଧାନୀର କଳେବର ବଢିବା ସହ ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଆଉ ଏହାରି ଭିତରେ ବଢିଚାଲିଛି ବୁଲା ଗାଈ ଗୋରୁ ମାନ୍ତଙ୍କ ପ୍ରାଦୁର୍ଭାବ। କେତେବେଳେ କେଉଁଠି ବି ବୁଲୁଛନ୍ତି ଆଉ ରାସ୍ତା ଉପରେ ଯିବା ଆସିବା କରୁଛନ୍ତି,ଯାହା ଫଳରେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖିନ ହେବା ସହ ଦୁର୍ଘଟଣାରବି ଶିକାର ହେଉଛନ୍ତି। ଆଜି ଏଭଳି ଆଉ ଏକ ଘଟଣା ସମ୍ନାକୁ ଆସିଛି ଯେତେବେଳେ ବୁଲା ଶଣ୍ଢମାନେ ଲୋକଙ୍କୁ କରିଛନ୍ତି ଆକ୍ରମଣ। ରାଜଧାନୀର […]

Samaya Live Picture
Published On
ସମୟ ଲାଇଭ,୨୩/୧୦: ଦିନକୁ ଦିନ ରାଜଧାନୀର କଳେବର ବଢିବା ସହ ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଆଉ ଏହାରି ଭିତରେ ବଢିଚାଲିଛି ବୁଲା ଗାଈ ଗୋରୁ ମାନ୍ତଙ୍କ ପ୍ରାଦୁର୍ଭାବ। କେତେବେଳେ କେଉଁଠି ବି ବୁଲୁଛନ୍ତି ଆଉ ରାସ୍ତା ଉପରେ ଯିବା ଆସିବା କରୁଛନ୍ତି,ଯାହା ଫଳରେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖିନ ହେବା ସହ ଦୁର୍ଘଟଣାରବି ଶିକାର ହେଉଛନ୍ତି। ଆଜି ଏଭଳି ଆଉ ଏକ ଘଟଣା ସମ୍ନାକୁ ଆସିଛି ଯେତେବେଳେ ବୁଲା ଶଣ୍ଢମାନେ ଲୋକଙ୍କୁ କରିଛନ୍ତି ଆକ୍ରମଣ। ରାଜଧାନୀର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଏଭଳି ରୋଚକ ଘଟଣା। ଗତକାଲି ବମିଖାଲ ଅଞ୍ଚଳରେ ଦୁଇ ତିନୋଟି ବୁଲା ଶଣ୍ଢ ସାଧାରଣ ଲୋକଙ୍କୁ ଆକ୍ରମଣ କରିବା ଫଳରେ ସେମାନେ ଆହତ ହୋଇଛନ୍ତି କେବଳ ବମିଖାଲ ନୁହେଁ ଭୁବନଶ୍ୱରର ଅଧିକାଂଶ ଜାଗାରେ ଏଭଳି ଘଟଣା ଘଟୁଛି,ବିଏମସି କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

 

Tags: