ବୁଲବୁଲ ଗଲାପରେ…

ସମୟ ଲାଇଭ୍‍,୯/୧୧:  ଓଡ଼ିଶା ଉପକୂଳରୁ ବିଦାୟ ନେଇଛି ଭୟଙ୍କର ବାତ୍ରା ବୁଲବୁଲ। ତେବେ ଏହାର ପ୍ରଭାବ ଉତ୍ତର ଓଡ଼ିଶାରେ ଦେଖିବାକୁ ମିଳିଛି। ବୁଲବୁଲ ପ୍ରଭାବରେ ଶୁକ୍ରବାର ରାତିରୁ ଆରମ୍ଭ ହୋଇଥିବା ବର୍ଷା ଶନିବାରକୁ ବୃଦ୍ଧି ପାଇ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା। କ୍ରମଶଃ ଉତ୍ତର ଓଡ଼ିଶା ସମେତ ଉପକୂଳ ଅଞ୍ଚଳରେ ଥିବା ଜିଲ୍ଲାଗୁଡ଼ିକରେ ବର୍ଷା ଓ ପବନର ବେଗ ବଢ଼ିବାରେ ଲାଗିଥିଲା। ଜଗତସିଂହପୁର,କେନ୍ଦ୍ରାପଡ଼ା, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର ଉପକୂଳବର୍ତ୍ତୀ ଅୟ୍‍ଚଳରେ ୯୦ କିମି ଘଣ୍ଟାପ୍ରତି ବେଗରେ […]

Samaya Live Picture
Published On

ସମୟ ଲାଇଭ୍‍,୯/୧୧:  ଓଡ଼ିଶା ଉପକୂଳରୁ ବିଦାୟ ନେଇଛି ଭୟଙ୍କର ବାତ୍ରା ବୁଲବୁଲ। ତେବେ ଏହାର ପ୍ରଭାବ ଉତ୍ତର ଓଡ଼ିଶାରେ ଦେଖିବାକୁ ମିଳିଛି। ବୁଲବୁଲ ପ୍ରଭାବରେ ଶୁକ୍ରବାର ରାତିରୁ ଆରମ୍ଭ ହୋଇଥିବା ବର୍ଷା ଶନିବାରକୁ ବୃଦ୍ଧି ପାଇ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା। କ୍ରମଶଃ ଉତ୍ତର ଓଡ଼ିଶା ସମେତ ଉପକୂଳ ଅଞ୍ଚଳରେ ଥିବା ଜିଲ୍ଲାଗୁଡ଼ିକରେ ବର୍ଷା ଓ ପବନର ବେଗ ବଢ଼ିବାରେ ଲାଗିଥିଲା। ଜଗତସିଂହପୁର,କେନ୍ଦ୍ରାପଡ଼ା, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର ଉପକୂଳବର୍ତ୍ତୀ ଅୟ୍‍ଚଳରେ ୯୦ କିମି ଘଣ୍ଟାପ୍ରତି ବେଗରେ ପବନ ବହିଥିଲା। ସେହିପରି ଧାମରା ବନ୍ଦର ଠାରେ ପବନର ବେଗ ସର୍ବାଧିକ ୧୧୦ କିମି ଘଣ୍ଟାପ୍ରତି ବେଗରେ ବହିଥିଲା। ତେବେ ପବନର ତୀବ୍ରତା ଫଳରେ ଅନେକ ସ୍ଥାନରେ ଗଛ ଓ ବିଦ୍ୟୁତ୍‍ଖୁଣ୍ଟ ଉପୁଡ଼ି ରାସ୍ତା ଅବରୋଧ କରିଥିଲା। ଫଳରେ ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ୍‍ ସରବରାହ ବିଚ୍ଛିନ୍ନ ହୋଇଥିଲା। ତେବେ ଓଡ଼୍ରାଫ୍‍ ଓ ଏନଡ଼ିଆରଏଫର ଉଦ୍ୟମରେ ରାସ୍ତାରୁ ଗଛ ଗଣ୍ଡି ଓ ବିଦ୍ୟୁତ୍‍ ଖୁଣ୍ଟ ଉଠାଯିବାରେ ଯାତାୟତ ସ୍ୱଭାବିକ ହୋଇଥିଲା। କେବଳ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ଏବେ ମଧ୍ୟ କେତକ ରାସ୍ତାରେ ଗଛ ପଡ଼ିରହିଥିବା ଦେଖିବାକୁ ମିଳିଛି।

Tags: